କ୍ରୀଡ଼ା

ଗୁଜରାଟର ମାପଚୁପ ବୋଲିଂ, ବଡ ସ୍କୋର କରି ପାରିଲାନି ଚେନ୍ନାଇ ସୁପର କିଙ୍ଗ୍ସ

ମୁମ୍ବାଇ: ଗୁଜରାଟ ଟାଇଟନ୍ସ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁଁ ଆଜି ଖେଳା ଯାଉଥିବା ଆଇପିଏଲର ୬୨ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ବଡ ସ୍କୋର କରି ପାରିନାହିଁ। ଦଳ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୩୩ ରନ କରି ପାରିଛି। ଋତୁରାଜ ଗାଏକଓ୍ଵାଡ ସର୍ବାଧିକ ୫୩ ରନ କରିଥିବା ବେଳେ ଏନ ଜଗଦୀଶନ ୩୭ ରନ କରିଛନ୍ତି। ମୋଇନ ଅଲ୍ଲୀ ୨୧ ରନ କରିଛନ୍ତି। ବିଜୟ ପାଇଁ ଗୁଜରାଟ ସମ୍ମୁଖରେ ରହିଛି ୧୩୪ ରନର ସହଜ ବିଜୟ ଲକ୍ଷ୍ୟ। ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ୧୯ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ରଶିଦ ଖାନ, ଅଲଜାରୀ ଯୋଶେଫ ଏବ ସାଇ କିଶୋର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ପଏଣ୍ଟ ତାଲିକାର ଶୀର୍ଷରେ ରହି ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ ଦୌଡରୁ ବାଦ୍ ପଡି ସାରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com