ଓଡ଼ିଶା

ଗୁଣିଗାରେଡି ସନ୍ଦେହ, ୨ଜଣଙ୍କୁ ମାଡି ମାରି ଦାନ୍ତ ଭାଙ୍ଗିଦେଲେ ଗ୍ରାମବାସୀ

ଖଲ୍ଲିକୋଟ: ଗୁଣିଗାରେଡି ସନ୍ଦେହରେ ଦୁଇ ଜଣଙ୍କୁ ମାଡ଼ । ନିସ୍ତୁକ ମାଡ଼ ମାରିବା ସହ ଦାନ୍ତ ଭାଙ୍ଗିଦେଲେ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ଗଡ଼ହୁମା ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ,  ଶନିବାର ରାତିରେ ଦେବୀ ମନ୍ଦିରରେ ତାନ୍ତ୍ରିକ ପୂଜା ପାଠ କରୁଥିବା ବେଳେ ଦୁଇଜଣଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲକୁ ନେଇଛନ୍ତି  l ଉଦ୍ଧାର ହୋଇଥିବା ଦୁଇଜଣ ହେଲେ ସେହି ଗ୍ରାମର କିଶୋର ଦାସ ଓ ମହିଳା ମଞ୍ଜୁଳା ଦାସ  । ତେବେ ଗାଁରେ ଉତେଜନା ଜାରି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଛି |

Related Articles

Back to top button
WP Twitter Auto Publish Powered By : XYZScripts.com