ଓଡ଼ିଶା

ଏମାର ମଠ ପାଖ ଅଞ୍ଚଳରୁ ବାହାରିଲା ସିଂହ ମୂର୍ତ୍ତି, ଖନନକୁ ଆଇନଜୀବୀଙ୍କ ବିରୋଧ

ପୁରୀ: ପୁରୀ ଏମାର ମଠ ନିକଟରେ ହୋଇଥିବା ଖନନରୁ ବାହାରିଲା ଖଣ୍ଡବିଖଣ୍ଡିତ ବହୁ ପୁରାତନ ସିଂହ ମୂର୍ତ୍ତି । ବହୁ କାରଣରୁ ବିବାଦରେ ଘେରି ରହିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁଣି ଯୋଡି ହେଲା ଏମାର ମଠରର ପଠର ନିର୍ମିତ ସିଂହ ମୃର୍ତ୍ତି ନଷ୍ଟ ହେବା ଘଟଣା ।

ତେବେ ଏମାର ମଠ ନିକଟରେ ଖନନ ପୂର୍ବରୁ ଜିପିଆର ସର୍ଭେ ନ କରି ପ୍ରକଳ୍ପ ଖନନ କାର୍ଯ୍ୟ ଚାଲୁଥିବାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଐତିହ୍ୟ ଓ କୀର୍ତ୍ତିରାଜି ଅକାରଣରେ ଧ୍ବର୍ଷଂ ହେଉଛି ବୋଲି ଅଭିଯୋଗ କରିଛନ୍ତି ଆଇନଜୀବୀ । ପୂର୍ବରୁ ଗତ ମେ ୭ ତାରିଖରେ ଏଏସ୍ଆଇ ଦେଇଥିବା ସତ୍ୟପାଠ ମଧ୍ୟ ପ୍ରକଳ୍ପ ସମ୍ପର୍କିତ ଅନେକ ଗୁମର ଖୋଲିଛି । ସତ୍ୟପାଠର ୪୦ ତମ ପୃଷ୍ଠାରେ ଖନନ ସମୟରେ ଗତ ଏପ୍ରିଲ ୨୯ ତାରିଖରେ ମାଟି ତଳୁ କିର୍ତ୍ତିରାଜି ମିଳିଥିବା କଥା ସ୍ପଷ୍ଟ ଉଲ୍ଲେଖ ରହିଛି । ଏକ ପ୍ରାଚୀନ ସିଂହ ମୂର୍ତ୍ତିର ଫଟୋ ସଂଲଗ୍ନ କରି ASI ହାଇକୋର୍ଟଙ୍କୁ ଏନେଇ ଅବଗତ ମଧ୍ୟ କରାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com