ଜାତୀୟ

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ମୁକୁଳିଲେ ପେରାରୀବଲନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ସୁପ୍ରିମ୍ କୋର୍ଟ ବୁଧବାର ହତ୍ୟାକାରୀ ଏ. ଜି. ପେରାରିବଲନ୍‌ଙ୍କୁ ମୁକ୍ତ କରିଛନ୍ତି । ଆଜୀବନ କାରାଦଣ୍ଡ କାଟୁଥିବା ପେରାରିବଲନ୍‌ଙ୍କୁ ସୁପ୍ରିମକୋର୍ଟ ଧାରା ୧୪୨ରେ ବଳରେ ମୁକୁଳାଇବା ନେଇ ରାୟ ଶୁଣାଇଛନ୍ତି । ଦୋଷୀ ପେରାରିବଲନଙ୍କ ଦଣ୍ଡାଦେଶ ଅବଧି ହ୍ରା କରାଇବାକୁ ୨୦୧୮ରେ ତାମିଲନାଡୁ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସୁପାରିସ କରିଥିଲେ । ତେବେ ମାମଲାର ଶୁଣାଣିରେ ବିଳମ୍ବ କାରଣରୁ ସେ ୩୦ ବ‌ର୍ଷରୁ ଅଧିକ ସମୟ ସଜା ଭୋଗି ସାରିଛନ୍ତି ବୋଲି ପେରାରୀବଲନ୍ ସୁପ୍ରିମ୍ କୋର୍ଟଙ୍କୁ ନିବେଦନ କରିଥିଲେ । ସୁପ୍ରିମକୋର୍ଟର ବିଚାରପତି ଏଲ୍‌. ନାଗେଶ୍ବର ରାଓ ଏବଂ ବି. ଆର୍‌. ଗାୱାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହି‌ଛନ୍ତି ଯେ, ପ୍ରାସଙ୍ଗିକ ବିଚାରବିବେଚନା ଆଧାରରେ ପେରାରୀବଲନ୍‌ଙ୍କ ଦଣ୍ଡାଦେଶ କାଟ ନିମନ୍ତେ ତାମିଲ୍‌ନାଡୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com