ଜାତୀୟଭାଇରାଲ୍ ଭିଡିଓ

ପୋଲିସ ଅଫିସର ହେବା ପରେ ବିଦ୍ୟାଳୟକୁ ଆସିଲେ ଛାତ୍ର, ଶିକ୍ଷକ ଦେଲେ ୧୧୦୦ ଟଙ୍କା ପୁରଷ୍କାର

ପୋଲିସ ଅଫିସର ହେବା ପରେ ବିଦ୍ୟାଳୟକୁ ଆସିଲେ ଛାତ୍ର । ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଶୋସାଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଛାତ୍ର ବହୁ ବର୍ଷ ପରେ ପୋଲିସ ଅଫିସର ଭାବରେ ନିଜ ବିଦ୍ୟାଳୟକୁ ଆସିଛନ୍ତି । ଭିଡ଼ିଓରେ ପୋଲିସ ବର୍ଦି ପିନ୍ଧିଥିବା ଜଣେ ବ୍ୟକ୍ତି କ୍ଲାସ ରୁମରେ ଛିଡ଼ା ହୋଇଛନ୍ତି । ତେବେ ଫୋଲିସ ଅଫିସର ହେବା ପରେ ସେ ନିଜ ବିଦ୍ୟାଳୟକୁ ଆସିଛନ୍ତିଏବଂ ତାଙ୍କୁ ଦେଖି ସମସ୍ତେ ବହୁ ଖୁସି ହେଉଛନ୍ତି । ସ୍କୁଲର ଶିକ୍ଷୟତ୍ରୀ ନୂଆ ପିଲାମାନଙ୍କୁ ତାଙ୍କ ସହ ପରିଚିତ କରାଇଛନ୍ତି । ଏହି ସମୟରେ ଶିକ୍ଷୟତ୍ରୀ ପିଲାମାନଙ୍କୁ କହିଛନ୍ତି ଯେ ଏ କେବଳ ଦେଶର ନାମ ଉଜ୍ଜ୍ୱଳ କରି ନାହିଁ , ଏହା ସହିତ ସମାଜ ଏମଂ ପରିବାରର ନାମ ମଧ୍ୟ ଉଜ୍ଜ୍ୱଳ କରିଛିି । ଏହା ପରେ ଶିକ୍ଷକ ଖୁସିରେ ତାଙ୍କ ଛାତ୍ରଙ୍କୁ ୧୧୦୦ ଟଙ୍କା ପୁରସ୍କାର ପ୍ରଦାନ କରନ୍ତି ।ପୋଲିସ୍ ଭାବରେ ଆସିଥିବା ଛାତ୍ର ତାଙ୍କ ଶିକ୍ଷକଙ୍କ ପାଦ ସ୍ପର୍ଶ କରନ୍ତି । ଶିକ୍ଷକ ବହୁତ ଖୁସି ହୁଅନ୍ତି ଏବଂ ଶ୍ରେଣୀରେ ଉପସ୍ଥିତ ପିଲାମାନେ କରତାଳି ଦେବା ଆରମ୍ଭ କରନ୍ତି । ଏପର‌୍ୟ୍ୟନ୍ତ ଏହି ଭିଡିଓକୁ ଏକ ଲକ୍ଷ ୫୮ ହଜାରରୁ ଅଧିକ ଲୋକ ପସନ୍ଦ କରିଥିବାବେଳେ ୧୧୦୦ ରୁ ଅଧିକ ଲୋକ ଏହାକୁ ଅନ୍ୟମାନଙ୍କ ସହ ସେୟାର କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ଗୁରୁଙ୍କ ସ୍ଥାନ ସର୍ବୋଚ୍ଚ ଅଟେ।

Related Articles

Back to top button
WP Twitter Auto Publish Powered By : XYZScripts.com