ଓଡ଼ିଶା

ବନ ବିଭାଗର ଚଢାଉ, ବାଘଛାଲ ଜବତ

ଆନନ୍ଦପୁର : ଦୈତାରୀ ଥାନା ବୁଢିପଦା ଗାଁରେ ଚଢାଉ କରିଛି ବନ ବିଭାଗ । ବାଘ ଛଲ ଜବତ ସହିତ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବାଘ ଛାଲ ଥିବା ନେଇ ଗୁରୁବାର ରାତିରେ କେନ୍ଦୁଝର ଓ ଆନନ୍ଦପୁର ବନବିଭାଗ କର୍ମଚାରୀମାନେ ମିଳିତ ଭାବେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ବୁଢିପଦା ଗାଁର ମହାକୁଡ଼ ସାହିର ବୁଟୁ ମହାକୁଡ଼ଙ୍କ ଘରୁ ଏକ ମହାବଳ ବାଘ ଛଲ ଜବତ କରିଥିଲା ବନ ବିଭାଗ । ଏହାସହିତ ବୁଚୁ ମହାକୁଡ଼କୁ ଅଟକ ରଖି ତଦନ୍ତ ଜାରି ରହିଥିବା କହିଛନ୍ତି ଆନନ୍ଦପୁର ଡିଏଫ୍‌ଓ ଅଜିତ ଶତପଥୀ । ଚଢାଉ ସମୟରେ ଗାଁଲୋକେ ବନବିଭାଗ ଟିମ୍‌କୁ ଅଟକ ରଖିଥିଲେ । ପରେ ପୋଲିସ  ପହଁଞ୍ଚି ବନ କର୍ମଚାରୀଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com