ଜାତୀୟ

ଲାଗୁ ହେଲା ନୂଆ ତୈଳ ଦର , ପେଟ୍ରୋଲ ଲିଟର ୯ଟଙ୍କା ୫୦ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ୭ଟଙ୍କା ହ୍ରାସ ପାଇଛି

ନୂଆଦିଲ୍ଲୀ: ଦେଶରେ ଆଜିଠୁ କମିଛି ପେଟ୍ରୋଲ ଓ ଡିଜେଲ ଦର । କିଛି ଦିନ ହେବ ଲଗାତାର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପରେ ଆଜି ହ୍ରାସ ପାଇଛି ।ପେଟ୍ରୋଲ ଲିଟର ପ୍ରତି ଦେଶରେ ୯ଟଙ୍କା ୫୦ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପ୍ରତି ୭ଟଙ୍କା ହ୍ରାସ କରାଯାଇଛି । ଏନେଇ ଗତକାଲିଠାରୁ ଘୋଷଣା କରାଯାଇଥିଲା କିନ୍ତୁ ଆଜି ଠାରୁ ତାହା କାର୍ଯ୍ୟକାରୀ ହୋଇଛି ।  ଇନ୍ଧନ ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍‌ ଶୁକ୍ଳ ହ୍ରାସ କରିବା ଦ୍ୱାରା ପେଟ୍ରୋଲ ଓ ଡିଜେଲ ଦର କମିଛି ।  ଆଜି ତୈଳ ଦର ହ୍ରାସ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୧୯ ଟଙ୍କା ରହିଥିବା ବେଳେ ନୂଆଦିଲ୍ଲୀ​‌​‌ରେ ୯୬ଟଙ୍କା ୭୨ପଇସା, କୋଲକାତା ୧୦୬ଟଙ୍କା ୦୩ ପଇସା, ମୁମ୍ବାଇ୧୧୧ଟଙ୍କା ୩୫ ପଇସା, ଚେନ୍ନାଇ ୧୦୨ଟଙ୍କା ୬୩ ପଇସା ରହିଛି । ବାଙ୍ଗାଲୋର ୧୦୧ଟଙ୍କା ୯୪ପଇସା, ଚଣ୍ଡିଗଡ଼ ୯୬ଟଙ୍କା ୨ପଇସା, ହାଇଦ୍ରାବାଦ ୧୦୯ଟଙ୍କା ୬୬ ପଇସା, ଜୟପୁର ୧୦୮ଟଙ୍କା ୪୮ପଇସା, ଲକ୍ଷ୍ନୌ ୯୬ଟଙ୍କା ୫୭ ପଇସା, ପାଟନା ୧୦୭ଟଙ୍କା ୨୪ ପଇସା ରହିଛି ତୈଳ ଦର ।

Related Articles

Back to top button
WP Twitter Auto Publish Powered By : XYZScripts.com