ଓଡ଼ିଶା

ଚନ୍ଦନ ଯାତ୍ରାର ଆଜି ଶେଷ ଦିନ, ବିଧି ଅନୁଯାୟୀ ଅଖ-ଚକ ଡେରା ହେବ

ପୁରୀ : ଶ୍ରୀକ୍ଷେତ୍ରରେ ୨୧ ଦିନ ବ୍ୟାପୀ ଚାଲିଥିବା ବାହାର ଚନ୍ଦନ ଯାତ୍ରାର ଆଜି ଶେଷ ଦିନ । ବିଧି ଅନୁଯାୟୀ ଅଖ ଚକ ଡେରା ନୀତି ସଂପନ୍ନ ହେବ । ଏଥିପାଇଁ ବିଶ୍ବକର୍ମା ମହାରଣାମାନେ ୬ଟି ନାହାକ ଚକ ଓ ୩ଟି ଅଖ ପ୍ରସ୍ତୁତ କରି ରଖିଛନ୍ତି ।ଶ୍ରୀମନ୍ଦିରରେ ସକାଳ ଧୂପ ବଢିବା ପରେ ତିନି ବାଡର ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିବେ । ସେଠାରେ ଭୋଇ ସେବକମାନେ ଚକ ଅଖ ଡେରା କାର୍ଯ୍ୟ ସଂପନ୍ନ କାର୍ଯ୍ୟ ସାରିବା ପରେ ୩ରଥର ମୁଖ୍ୟ ବିଶ୍ବକର୍ମାଙ୍କୁ ପୂଜାପଣ୍ଡା ସେବାୟତମାନେ ଆଜ୍ଞାମାଳ ପ୍ରଦାନ କରିବେ । ଏହା ପରେ ରଥ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିବ ବୋଲି କହିଛନ୍ତି ମୁଖ୍ୟ ବିଶ୍ବକର୍ମା ।

Related Articles

Back to top button
WP Twitter Auto Publish Powered By : XYZScripts.com