ଜାତୀୟଭାଇରାଲ୍ ଭିଡିଓ

ଡ଼ିଗ୍ରୀକୁ ମାଙ୍କୁ ଉତ୍ସର୍ଗ କରିଲା ପୁଅ

କୌଣସି ବ୍ୟକ୍ତିଙ୍କ ଜୀବନର ଏକ ବିଶେଷ ଏବଂ ଅବିସ୍ମରଣୀୟ ଦିନ ହେଉଛି ଯେତେବେଳେ ସେ କଲେଜରୁ ଡ଼ିଗ୍ରୀ ହାସଲ କରନ୍ତି । ଏହା ସହ ଜଡିତ ଏକ ହୃଦୟ ସ୍ପର୍ଶକାରୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ଯୁବକ ସ୍ନାତକୋତ୍ତର ଡିଗ୍ରୀ ତାଙ୍କ ମା’ଙ୍କୁ ଉତ୍ସର୍ଗ କରୁଥିବା ଦେଖିବାକୁ ମିଳିଛି। ଏହି ହୃଦୟସ୍ପର୍ଶୀ କ୍ଲିପ୍ କୁ ୩ ମିଲିୟନରୁ ଅଧିକ ଥର ଦେଖାଯାଇଛି ଏବଂ ୨ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ଏହି ଭିଡିଓରେ କଲେଜ ସ୍ନାତକ ସମାରୋହ ପରେ ଆଣ୍ଟୋନିଓ ଚାଭେକ୍ସ ନାମକ ଜଣେ ମେକ୍ସିକୋର ଯୁବକ ତାଙ୍କ ସ୍ନାତକୋତ୍ତର କ୍ୟାପକୁ ମା’ଙ୍କ ମୁଣ୍ଡରେ ରଖିଥିବାରୁ ତାଙ୍କ ମା ଆଖିରେ ଲୁହ ଦେଖାଯାଇଥିଲା ।  ଶେଷରେ, ଆଣ୍ଟୋନିଓ ତାଙ୍କ ମା’ଙ୍କ କପାଳକୁ ଚୁମ୍ବନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଇଣ୍ଟରନେଟରେ ବ୍ୟବହାରକାରୀମାନେ ଏହି ପୋଷ୍ଟ ଦେଖିବା ପରେ ଅଭିନନ୍ଦନ ଜଣାଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com