ଜାତୀୟ

କପିଲ୍ ସବଲ୍‌ଙ୍କ ସମାଦବାଦୀ ପାର୍ଟିରୁ ରାଜ୍ୟସଭା ନାମାଙ୍କନ; ମୋଦିଙ୍କ ବିରୋଧରେ ବିକଳ୍ପ ଗଠବନ୍ଧନ ସୃଷ୍ଟି କରିବି: କପିଲ୍‌

() କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ୍ ସିବଲ୍ ବୁଧବାର ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ସମାଦବାଦୀ ଅଧ୍ୟକ୍ଷ ଅଖିଲେଶ ଯାଦବ, ରାମଗୋପାଳଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ସିବଲ୍ ଗତ 16 ତାରିଖରେ କଂଗ୍ରସେ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ରାହୁଲଙ୍କୁ ନେତୃତ୍ବକୁ ପରୋକ୍ଷରେ ବିରୋଧ କରୁଥିବା କଂଗ୍ରେସର ବହୁ ଚର୍ଚ୍ଚିତ ଜି-23 ଜଣିଆ ଅସନ୍ତୁଷ୍ଟ ଗୋଷ୍ଠୀ  ମଧ୍ୟରେ କପିଲ୍ ଥିଲେ । ନାମାଙ୍କନ ଦାଖଲ ପରେ କପିଲ୍ ଗଣ ମାଧ୍ୟମକୁ ସୂଚନା ଦେବାକୁ ଯାଇ ମୋଦୀଙ୍କ ବିରୋଧରେ ବିକଳ୍ପ ରାଜନୈତିକ ଗୋଷ୍ଠୀ  ତିଆରି ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି । କପିଲ୍ ଙ୍କ ସମାଜବାଦୀ ପାର୍ଟିରେ ଯୋଗଦାନୀ ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ହୋଇଛି ।କଂଗ୍ରେସରୁ ଦିନକୁ ଦିନ ବଡ ନେତା ଛାଡିବା ଯେତେ ବଡ କଥା ନୁହେଁ – ମୋଦି ବିରୋଧରେ ବିକଳ୍ପ ରାଜନୈତିକ ଶକ୍ତି ଗଠନ ନେଇ ପ୍ରକ୍ରିୟା ଅଧିକ ଦାନା ବାନ୍ଧିବା ସମ୍ବାବନା ସୃଷ୍ଟି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com