ଓଡ଼ିଶା

ନନ୍ଦନକାନନକୁ ଆସିବେ ନୂଆ ଅତିଥି, ବିଦେଶରୁ ଧଳାସିଂହ ଆଣିବାକୁ ଚିଠି

ଭୁବନେଶ୍ୱର: ନନ୍ଦନକାନନକୁ ଆସିବେ ନୂଆ ଅତିଥି । ବିଦେଶର ପ୍ରଥମ ଥର ପାଇଁ ଧଳା ସିଂହ ଆଣିବା ପାଇଁ ଚିଠି ହୋଇଛି । ଜେବ୍ରା ଓ କଙ୍ଗାରୁ ଆଣିବାକୁ ନୂଆ ଖୁଆଡ଼ ପ୍ରସ୍ତୁତ ହେଉଛି । ବର୍ଷା ଋତୁ ଆସିଲେ ଜନ୍ତୁଙ୍କୁ ଆଣିବାକୁ ଯୋଜନା କରାଯାଉଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଇନ୍ଦୋର ପ୍ରାଣୀ ଉଦ୍ୟାନରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଆସିବେ ନୂଆ ଅତିଥି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ନନ୍ଦନକାନନର ଧଳା ବାଘ ଅଦଳ ବଦଳ ପ୍ରକ୍ରିୟା ଦ୍ୱାରା ଆସିବେ ଗଣ୍ଡା, ବିଗଟେଲ ମକାକ, ଓଲୋ ଗିବନ ।

Related Articles

Back to top button
WP Twitter Auto Publish Powered By : XYZScripts.com