ଓଡ଼ିଶା

ସାମ୍ନାକୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ, କହିଲେ ଘର ଥାଇ ରହୁଛି ଭଡ଼ା ଘରେ

କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଉ ଏକ ଭିଡିଓ ଛାଡ଼ିଛନ୍ତି । ପ୍ରାୟ ୫ ମିନିଟର ଏହି ଭିଡିଓ ସେ କେବଳ ତାଙ୍କ ଫ୍ୟାନ୍ ଓ ଜନତାଙ୍କ ପାଇଁ କରିଛନ୍ତି । ଭିଡିଓରେ ତାଙ୍କର ଓ ବର୍ଷାଙ୍କ ବିବାହ ବିଚ୍ଛେଦ କଥା କିମ୍ବା ନିଜକୁ କିଛି ପ୍ରମାଣିତ କରିବାର ଇଚ୍ଛା ଦର୍ଶାଯାଇନାହିଁ । ଏହି ଭିଡିଓରରେ ଅନୁଭବ ଥରଟିଏ ବି ଅଭିନେତ୍ରୀ ବର୍ଷାଙ୍କ ନାଁ ନେଇନାହାନ୍ତି । ସେ ଏବଂ ତାଙ୍କ ପରିବାର ତରଫରୁ ଫ୍ୟାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ଭିଡିଓରେ ଅନୁଭବ କହିଛନ୍ତି, ସେ ସକାଳୁ କେବେ ଉଠି ପାରନ୍ତି ନାହିଁ । କିନ୍ତୁ ଏବେ ରାତିରେ ନିଦ ହେବା କଷ୍ଟକର ହୋଇପଡ଼ିଛି । ନିଜ ସମର୍ଥକମାନଙ୍କ ପାଇଁ ସେ ସକାଳୁ ଉଠି କାମ କରୁଛନ୍ତି ବୋଲି କହିଛନ୍ତି ଅନୁଭବ । ଏହା ସହ ସେ ଆହୁରି କହିଛନ୍ତି କି ଏବେ ସେ ଭଡ଼ା ଘରେ ରହୁଛନ୍ତି, ନିଜ ଘରେ ରହୁନାହାନ୍ତି । ପରିବାର ସହ ରହୁଥିବା ଘର ହିଁ ତାଙ୍କର ଘର ବୋଲି କହିଛନ୍ତି ଅନୁଭବ । ହେଲେ ବାପା-ବଡ଼ ବାପାଙ୍କ ପାଇଁ ନିଜ ଘର ବେଶି ଗୁରୁତ୍ୱ ରଖେ । ନିଜର ପିତାମାତାଙ୍କୁ ଭଲ ପାଇବାରେ ଉଣା କରନ୍ତୁନି ବୋଲି କହିଛନ୍ତି ଅନୁଭବ ମହାନ୍ତି । ସମସ୍ତେ ଖୁସିରେ ରୁହନ୍ତୁ ବୋଲି ଶୁଭକାମନା ଜଣାଇବା ସହ ନିଜ ପରିବାର ସହ ରୁହନ୍ତୁ ବୋଲି ଅନୁରୋଧ କରିଛନ୍ତି ଅନୁଭବ । ପରିବାରଠାରୁ ବଡ଼ କିଛି ନାହିଁ, ପରିବାର ହିଁ ସବୁକିଛି ବୋଲି ସେ କହିଛନ୍ତି । ଛୋଟରୁ ବଡ଼ ସମସ୍ତଙ୍କ ପାଇଁ ନିଜର ଏହି ନୂଆ ଭିଡିଓ ସମର୍ପି ଦେଇଛନ୍ତି ଅନୁଭବ ।

Related Articles

Back to top button
WP Twitter Auto Publish Powered By : XYZScripts.com