ଜାତୀୟମନୋରଞ୍ଜନ

ବିବାହ ପରେ କାହିଁକି ରଣବୀର କପୁରଙ୍କୁ ଧରି କାନ୍ଦିଲେ ଆଲିଆ ? ସୋସିଆଲ ମିଡିଆରେ ବାରମ୍ବାର ଦେଖାଯାଉଛି ଏହି ଭିଡିଓ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ବଡ ଷ୍ଟାର ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ବିବାହ କରିଛନ୍ତି । ଏ ଦୁଇ ଜଣଙ୍କୁ ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ଦେଖିବାକୁ ମିଳିବ । ଫ୍ୟାନ୍ସ ବି ଉଭୟଙ୍କୁ ଦେଖିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ଏବେ ସୋସିଆଲ ମିଡିଆରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର ଏକ ଭିଡିଓ ଦର୍ଶକ ବାରମ୍ବାର ଦେଖୁଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ରଣବୀର ଏବଂ ଆଲିଆଙ୍କୁ ଦେଖିବାକୁ ମିଳିଛି । ଭିଡିଓରେ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ସ୍ବାମୀ ତଥା ଅଭିନେତା ରଣବୀର କପୁରଙ୍କୁ ଧରି କାନ୍ଦୁଛନ୍ତି ।

ଏହି ଭିଡିଓ ପ୍ରକୃତରେ ଆୟାନ ମୁଖାର୍ଜୀଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟିଜର । ଏହି ଭିଡିଓରେ ଆଲିଆ ଭଟ୍ଟଙ୍କ ଚରିତ୍ର ‘ଇଶା’ ରଣବୀର କପୁରଙ୍କ ଚରିତ୍ର ‘ଶିବା’କୁ ଧରି କାନ୍ଦୁଛି । ସେହି ସମୟରେ ସେ ବହୁତ ଚିନ୍ତିତ ଥିବା ମଧ୍ୟ ଦେଖାଯାଉଛି । ଫିଲ୍ମର ଟିଜରରେ ରଣବୀର ଏବଂ ଆଲିଆଙ୍କ ସହ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟଙ୍କ ଚରିତ୍ରର ଝଲକ ମଧ୍ୟ ଦେଖିବାକୁ ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ଆଜି ଭାଇଜାଗରେ ଫ୍ୟାନ୍ ଇଭେଣ୍ଟରେ ରଣବୀର କପୁର, ଆୟାନ ମୁଖାର୍ଜୀ ଏବଂ ଏସଏସ ରାଜମୌଲିଙ୍କ ଉପସ୍ଥିତରେ ଫିଲ୍ମର ଟିଜର ରିଲିଜ କରାଯାଇଛି । ଟିଜରକୁ ସୋସିଆଲ ମିଡିଆରେ ଆୟାନ, ଆଲିଆ ଏବଂ କରଣ ଜୋହରଙ୍କ ସମେତ ଅନେକ ପୋଷ୍ଟ କରିଛନ୍ତି । ଟିଜର ସହ ଏହା କୁହାଯାଇଛି ଯେ, ଫିଲ୍ମର ଟ୍ରେଲର ଜୁନ୍ ୧୫ରେ ରିଲିଜ କରାଯିବ । ଫିଲ୍ମଟି ସେପ୍ଟେମ୍ବର ୯ରେ ରିଲିଜ ହେବ ।

 

View this post on Instagram

 

A post shared by Ayan Mukerji (@ayan_mukerji)

Related Articles

Back to top button
WP Twitter Auto Publish Powered By : XYZScripts.com