ଓଡ଼ିଶା

ଆସିକା ପୋଲିସ ପକ୍ଷରୁ ପୁରୁଣା ଜବତ ଗାଡ଼ି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି: ରାଜ୍ୟର ସମସ୍ତ ଥାନାରେ ଥାନା ପରିସରରେ ଜବତ ହୋଇଥିବା କୁଢ଼ କୁଢ଼ ଗାଡ଼ି  ପଡ଼ିରହିଛି। ଜବତ ହୋଇଥିବା ଗାଡ଼ି ଆଉ ମିଳିବ ନାହିଁ ସମସ୍ତେ କହନ୍ତି। ହେଲେ ଗଞ୍ଜାମରେ ପୋଲିସ ପ୍ରଥମ ଥର ପାଇଁ ଆସିକା ପୋଲିସ ପୁରୁଣା ଗାଡ଼ିଗୁଡ଼ିକୁ ନିଜ ନିଜ ମାଲିକଙ୍କୁ ପ୍ରଦାନ କରିଛି। ଫଳରେ ଏବେ ପୋଲିସ ବିଭାଗକୁ ସମସ୍ତେ ପ୍ରସଂସା  କରିଛନ୍ତି ।

ସାଧାରଣତଃ ଚାରି ଚକିଆ ଯାନ ହେଉ ବା ଦୁଇ ଚକିଆ ଯାନ। ଯଦି ପୋଲିସ ଦ୍ବାରା ଜବତ ହୋଇଯାଏ ତେବେ ଆଉ ମିଳିବନି ବୋଲି ଲୋକେ ଭାବନ୍ତି। ହେଲେ ବର୍ଷ ବର୍ଷର ପୂରୁଣା ଗାଡ଼ିକୁ ଏକ ମେଳା ମାଧ୍ୟମରେ ଆଜି ଆସିକା ପୋଲିସ ଗାଡି ମାଲିକଙ୍କୁ ଫେରାଇ ଦେଇଛି। କିଏ ଭଦ୍ରକରୁ ଆସି ନିଜର ଗାଡିକୁ ଫେରି ପାଇଛି ତ ଆଉ କିଏ ନୟାଗଡରୁ ଆସି ନିଜର ହଜିଯାଇଥିବା ଗାଡିକୁ ପାଇ ବେଶ ଖୁସି ହୋଇଛି।

ଆଜି ଆସିକା ପୋଲିସ ପ୍ରଶାସନ ପ୍ରାୟ ୫୫ଜଣ ଗାଡିକୁ ମାଲିକଙ୍କୁ ହସ୍ତାନ୍ତର କରିଥିବା ବେଳେ ଗଲା ଅନେକ ବର୍ଷ ହେବ ଆସିକା ଥାନା ପରିସରରେ ବହୁ ଗାଡି ଖତଖାଉଥିଲା। ତେବେ ଆଜିର ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଥିବା ବେଳେ ଆଗାମି ଦିନରେ ଏମିତି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆଇପିଏସ ନଚିକେତ ସେଲକ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com