ଓଡ଼ିଶା

ମେଡିକାଲରେ ମାଡିଗଲା ଗାଡି, ଜଣେ ମୃତ

ଭଦ୍ରକ: ଭଦ୍ରକ ଆଗରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଗାଡି ମାଡି ଯାଇ ଜଣେ ମୃତ, ୪ ଜଣ ଆହତ । ମେଡିକାଲ କାର୍ଯ୍ୟରେ ନିୟୋଜିତ ବୋଲେରୋ ରୋଗୀ ଓ ସମ୍ପର୍କୀୟଙ୍କୁ ଧକ୍କା ଦେଇଥିଲା । ମୃତକ ହେଉଛନ୍ତି ଆଗରପଡ଼ା ବର୍ଚ୍ଚିକୟାଁର ଶ୍ରୀଧର ଲେଙ୍କା ।

ଆଗରପଡା ମେଡିକାଲ କାର୍ଯ୍ୟରେ ନିୟୋଜିତ ଗାଡ଼ି ଭଦ୍ରକରୁ ଔଷଧ ଆଣି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିଲା । ଔଷଧ କାଢିବା ବେଳେ ଗାଡିରେ ଚାବି ଲାଗିଥିଲା । ସେହି ସମୟରେ କେହି ଗାଡିଟିକୁ ଷ୍ଟାର୍ଟ କରିଦେବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି । ମେଡିକାଲରେ ଚିକିତ୍ସାଧୀନ କିଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଉପରେ ଦ୍ରୁତ ବେଗରେ ଗାଡିଟି ଚଢି ଯାଇଥିଲା । ସେମାନେ ଛିଟିକି ପଡ଼ିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଆହତଙ୍କ ମଧ୍ୟରୁ ଶ୍ରୀଧର ଲେଙ୍କାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com