ଓଡ଼ିଶା

ବାରବାଟୀରେ ପହଞ୍ଚିଲା ସୁପର ସପ୍ପର, ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହେବା ଆଶଙ୍କା କମିବ

କଟକ: କଟକ ବାରବାଟୀରେ ପହଞ୍ଚିଲା ସୁପର ସପ୍ପର। ଅଷ୍ଟ୍ରେଲିଆରୁ ସ୍ବତନ୍ତ୍ର ଭାବେ ଏହି ସୁପର ସପ୍ପରକୁ ବାରବାଟୀକୁ ଅଣାଯାଇଛି। ବର୍ଷା ଯୋଗୁଁ ପଡିଆରେ ପାଣି ଜମି ରହିବା ସ୍ଥିତି ସୃଷ୍ଟି ହେଲେ ଅତ୍ୟାଧୁନିକ ସୁପର ସପ୍ପର ଅତି କମ୍ ସମୟରେ ଜଳ ନିଷ୍କାସନ କରିପାରିବ। ଫଳରେ ବର୍ଷା ଯୋଗୁଁ ବାରବାଟୀ ଟି-୨୦ ମ୍ୟାଚ ବାଧାପ୍ରାପ୍ତ ହେବାର ଆଶଙ୍କା ଯଥେଷ୍ଟ କମ୍।

ଅଷ୍ଟ୍ରେଲିଆର ସୋଖି କମ୍ପାନୀ ଏହି ସୁପର ସପ୍ପର ତିଆରି କରିଛି। ଓସିଏ କର୍ତ୍ତୃପକ୍ଷ ୪୬ଲକ୍ଷ ଟଙ୍କା ଦେଇ ଏହି ସୁପର ସପ୍ପରକୁ ଆଣିଛନ୍ତି । ଏହି ସୁପର ସପ୍ପରର କ୍ଷମତା ୩ ଶହ ଲିଟର।  ଏହି ୩ଶହ ଲିଟର ନିଷ୍କାସନ ପାଇଁ ସୁପର ସପ୍ପର ମାତ୍ର ୨୭ସେକେଣ୍ଡ ସମୟ ନିଏ। ଶୁକ୍ରବାର ବାରବାଟୀରେ ଏହି ସୁପର ସପ୍ପରର ଟ୍ରାଏଲ କରାଯାଇଛି। ସୋଖି କମ୍ପାନୀର ଅଧିକାରୀମାନେ ବାରବାଟୀରେ ସୁପର ସପ୍ପରର ଟ୍ରାଏଲ କରିଛନ୍ତି।

ପୂର୍ବରୁ ବାରବାଟୀରେ ଗୋଟିଏ ସୁପର ସପ୍ପର ଥିଲା। ଏବେ ଆଉ ଗୋଟିଏ ସୁପର ସପ୍ପର ଆସିବା ଫଳରେ ପଡିଆରୁ ଜଳ ନିଷ୍କାସନ ତ୍ବରିତ ଗତିରେ ହୋଇପାରିବ।

Related Articles

Back to top button
WP Twitter Auto Publish Powered By : XYZScripts.com