ଓଡ଼ିଶା

ହୋଟେଲ ସନ୍ ଗ୍ରୀନ୍‌ରେ ରେଡ୍‌ , ବାର୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରିକଲା ଅବକାରୀ ଟିମ୍‌

ଖାରବେଳନଗର ଥାନା ଅଧିନରେ ଥିବା ସନ ଗ୍ରୀନରେ ଅଚାନକ ରେଡ୍‌ କରିଛି ଅବକାରୀ ଟିମ । ବିଳମ୍ବିତ ରାତିରେ ମଦର ଆସର ଜମିଥିବାରୁ ହୋଟେଲ ସନ ଗ୍ରୀନକୁ ଅବକାରୀ ବିଭାଗର କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନିୟମ ଖିଲାପ କରି କାହିଁକି ଜମିଥିଲା ମଦର ଆସର, ଏହାର ଉତ୍ତର ଦେବା ପାଇଁ ବାର୍‌କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଅବକାରୀ ଟିମ । ରାଜଧାନୀରେ ରାତି ୧୧ଟା ପରେ ବାର୍ ଖୋଲା ରହୁଛି । ବାରରୁ ଫେରୁଥିବା ବ୍ୟକ୍ତି ମଦ୍ୟପାନ କରି ରାସ୍ତାରେ ଆତଙ୍କରାଜ କରୁଛନ୍ତି । ରାତି ୧୧ଟା ପରେ ବାର୍ ଖୋଲି ନିୟମ ଉଲ୍ଲଂଘନ କରୁଥିବା ବାରକୁ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ପରେ ନିୟମ ଉଲ୍ଲଂଘନ କଲେ ବାରର ଲାଇସେନ୍ସ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com