ଓଡ଼ିଶା

ପୁଣି ଶ୍ରୀମନ୍ଦିର ଭିତରର ସେଲ୍‌ଫି ଫଟୋ ଭାଇରାଲ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ଫଟୋ ଭାଇରାଲ୍ । ଫେସବୁକ ଆକାଉଣ୍ଟରେ ସଞ୍ଜୟ ପାଢୀ ଶର୍ମା ସଞ୍ଜୟ ନାମକ ଜଣେ ଭକ୍ତ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭାଇରାଲ କରିଛନ୍ତି। ଫଟୋରେ ଆଜି ତାରିଖ ଦେଇ ଫଟୋ ପୋଷ୍ଟ କରିଥିବା ବେଳେ ତାଙ୍କ ସହିତ ଆଉ ଜଣେ ବ୍ୟକ୍ତି ମଧ୍ୟ ଅଛନ୍ତି। କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲଫି ଉଠାଇ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସଞ୍ଜୟ। ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନିଷେଧ ଥିବାବେଳେ ଭକ୍ତ ଜଣକ ମନ୍ଦିର ଭିତରକୁ ମୋବାଇଲ୍ ନେଇ ସେଲଫି ଉଠାଇ ଫଟୋ ଭାଇରାଲ୍ କଲେ କିପରି ? ଶ୍ରୀମନ୍ଦିର ବାହାରେ ଓ ଭିତରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଏହି ଭକ୍ତ ଜଣକ ସୁରକ୍ଷା ଭେଦ କଲେ କିପରି ସେନେଇ ଉଠିଛି ପ୍ରଶ୍ନ।

Related Articles

Back to top button
WP Twitter Auto Publish Powered By : XYZScripts.com