ଜାତୀୟ

ମହଙ୍ଗା ହେବ ଇଏମଆଇ, ୫୦ ବେସିସ୍ ପଏଣ୍ଟ ବଢିଲା ରେପୋରେଟ୍‌

ରିଜର୍ଭ ବ୍ୟାଙ୍କ ବୁଧବାର ୫୦ ବେସିସ୍ ପଏଣ୍ଟ ରେପୋ ରେଟ୍ ବଢ଼ାଇଛନ୍ତି । କ୍ରମାଗତ ଦ୍ୱିତୀୟ ମାସ ପାଇଁ ରେପୋ ରେଟ୍ ବୃଦ୍ଧି କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ଫଳରେ ରେପୋ ରେଟ୍ ୪.୪୦ ପ୍ରତିଶତରୁ ୪.୯୦ ପ୍ରତିଶତକୁ ବୃଦ୍ଧି ପାଇଛି । ମୁଦ୍ରା ନୀତି କମିଟିର ବୈଠକ ପରେ ରେପୋ ରେଟ୍ ବୃଦ୍ଧି ସମ୍ପର୍କରେ ସୂଚନା ଦେଇଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅନିୟନ୍ତ୍ରିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ରେପୋ ରେଟ୍ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଗତ ମାସରେ ରେପୋ ରେଟ୍‌ରେ ବୃଦ୍ଧି କରାଯାଇଥିଲା। ରେପୋ ରେଟ୍ ୦.୪୦ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଅନ୍ୟପକ୍ଷରେ ୟୁପିଆଇ ପେମେଣ୍ଟ ସିଷ୍ଟମ ସହ କ୍ରେଡିଟ୍ କାର୍ଡ ସଂଯୋଗକୁ ମଧ୍ୟ ଅନୁମତି ଦିଆଯାଇଛି । ବର୍ତ୍ତମାନ କେବଳ ରୁପେ କ୍ରେଡିଟ କାର୍ଡ ସଂଯୋଗକୁ ଅନୁମତି ମିଳିଥିବା ବେଳେ ଆଗକୁ ଏହାର ପରିସୀମାକୁ ବୃଦ୍ଧି କରାଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ରେପୋ ରେଟ୍ ଏକ ମାସରେ ୯୦ ଆଧାର ପଏଣ୍ଟ ବୃଦ୍ଧି ପାଇଛି। ଆରବିଆଇର ଏହି ନିଷ୍ପତ୍ତି ପରେ, ଘର ଋଣ ଠାରୁ ଆରମ୍ଭ କରି କାର ଋଣ ଏବଂ ଶିକ୍ଷାଋଣ ପର‌୍ୟ୍ୟନ୍ତ ମହଙ୍ଗା ହେବା ନିଶ୍ଚିତ ହୋଇଛି। ଅପରପକ୍ଷରେ ଯେଉଁମାନେ ଘର ଋଣ ନେଇସାରିଛନ୍ତି, ସେମାନଙ୍କର ଇଏମ୍‌ଆଇ ବା ମାସିକ କିସ୍ତି ଅଧିକ ମହଙ୍ଗା ହେବ। ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକ ପରେ ରେପୋ ରେଟ୍ ବୃଦ୍ଧି କରିବାକୁ ଆରବିଆଇ ଗଭର୍ନର ନିଷ୍ପତ୍ତି ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com