ଓଡ଼ିଶା

ମିଶନ ଶକ୍ତି ସହାୟତାରେ ଝାଡୁ ତିଆରି ୟୁନିଟ ଓ ମକା ପ୍ରୋସେସିଂ ୟୁନିଟ ଆରମ୍ଭ, ଜିଲ୍ଲାପାଳ କଲେ ଉଦଘାଟନ

ସାନଖେମୁଣ୍ଡି: ଗଞ୍ଜାମ ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲରେ ମିଶନ ଶକ୍ତି ସହାୟତାରେ ଝାଡୁ ତିଆରି ୟୁନିଟ ଓ ମକା ପ୍ରୋସେସିଂ ୟୁନିଟକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉଦଘାଟନ କରିଛନ୍ତି । ଆଦିବାସୀ ଅଞ୍ଚଳରେ ଏହି ଦୁଇଟି ୟୁନିଟ ହେବା ଫଳରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଶା ପ୍ରକାଶ ପାଇଛି ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକଟି, ଗୋବିନ୍ଦପୁର ପଂଚାୟତ ଆଦିବାସୀ ଅଞ୍ଚଳରେ ବହୁଳ ପରିମାଣରେ ମକା ଓ ଫୁଲ ଝାଡୁ ଉତ୍ପାଦନ ହୋଇଥାଏ । କିନ୍ତୁ ତାହାର ବଜାରରେ ବିକ୍ରି ହେବା ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ ଯାହା ଫଳରେ ସ୍ଥାନୀୟ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏବେ ସେହି ଦୁଃଖ ଘୁଞ୍ଚିବାକୁ ଯାଉଛି । କାରଣ ମିଶନ ଶକ୍ତି ମହିଳାଙ୍କୁ ସହାୟତାର ହାତ ବଢ଼ାଇଛି । ଯାହା ଫଳରେ ଏହି ପଂଚାୟତର ଖେମୁଣ୍ଡିଖୋଲ ଠାରେ ଉନ୍ନତ ମାନର ଝାଡୁ ତିଆରି କରିବା ପାଇଁ ତାଲିମ୍ ପ୍ରଦାନ ସହ ମେସିନ ଯୋଗାଇ ଦେଇଛନ୍ତି ଓରମାସ ।

ସେହିପରି ମକାର ଏକ ପ୍ରୋସେସିଂ ୟୁନିଟ ମଧ୍ୟ ସ୍ଥାପିତ କରାଯାଇଛି । ଯାହାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉଦଘାଟନ କରିଥିବା ବେଳେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତତ୍ରୟ ଭାଉ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ. । ଏହି ଦୁଇଟି ଯୋଜନା ହେବା ଫଳରେ ଏହି ଅଞ୍ଚଳର ଲୋକଙ୍କ ଆର୍ଥିକ କ୍ଷେତ୍ରରେ ବିକାଶ ହେବ କହିଛନ୍ତି ସ୍ଥାନୀୟ ବାସିନ୍ଦା ।

Related Articles

Back to top button
WP Twitter Auto Publish Powered By : XYZScripts.com