ଜାତୀୟମନୋରଞ୍ଜନ

୬ ବର୍ଷ ଧରି ଡେଟ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ନୟନତାରା-ବିଗ୍ନେଶ

ନୂଆଦିଲ୍ଳୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଷ୍ଟାର କପଲ୍‌ ହେଲେ ବିଗ୍ନେଶ ଶିବନ ଏବଂ ନୟନତାରା। ବହୁ ଦିନ ହେବ ଦୁହିଁଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ। ଆଜି ସେହି ଦିନ ଆସିଯାଇଛି । ୯ଜୁନ୍ ଅର୍ଥାତ୍‌ ଆଜି ନୟନତାରା ଏବଂ ବିଗ୍ନେଶ୍ ଦୁହେଁ ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି । ଦମ୍ପତିଙ୍କ ବିବାହ ବିଷୟରେ ଅଧିକ ସୂଚନା ମିଳିପାରି ନାହିଁ । କିନ୍ତୁ ରିସର୍ଟ ଏବଂ ଅତିଥିମାନଙ୍କ ବିଷୟରେ କିଛି କିଛି ଖବର ସାମ୍ନାକୁ ଆସୁଛି ।

ଖବର ଅନୁଯାୟୀ, ନୟତାରା-ବିଗ୍ନେଶ ମହାବାଲିପୁରମରେ ଏକ ବିଳାସପୂର୍ଣ୍ଣ ରିସର୍ଟ ବୁକ୍ କରିଛନ୍ତି। ଉଭୟ ଏଠାରେ ବିବାହ କରିବେ ଏବଂ ଗ୍ରାଣ୍ଡ ରିସେପ୍ସନ୍ ଦେବେ । ଅତିଥିମାନଙ୍କ ବିଷୟରେ କହିବାକୁ ଗଲେ, ସାଉଥ ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତ ଷ୍ଟାରମାନେ ଏହି ବିବାହ ଉତ୍ସବରେ ଯୋଗ ଦେଇଛନ୍ତି।

ବର୍ତ୍ତମାନ ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ସୁପରଷ୍ଟାର ଶାହରୁଖ ଖାନ ମଧ୍ୟ ନୟନତାରା ଏବଂ ବିଗ୍ନେଶଙ୍କ ବିବାହରେ ଯୋଗ ଦେଇଛନ୍ତି। କହିବାକୁ ଗଲେ, ଶାହାରୁଖ ଏବଂ ନୟନତାରା ଫିଲ୍ମ ଜୱାନରେ ଏକାଠି ନଜର ଆସିବେ । ଶାହାରୁଖଙ୍କ ବ୍ୟତୀତ ସୁପରଷ୍ଟାର ରଜନୀକାନ୍ତ, କମଲ ହାସନ ଏବଂ ବଲିଉଡ୍‌ର ଅନେକ କଳାକାର ମଧ୍ୟ ଉପସ୍ଥିତ ଥିଲେ। ।

Related Articles

Back to top button
WP Twitter Auto Publish Powered By : XYZScripts.com