କ୍ରୀଡ଼ା

IPL ମିଡିଆ ରାଇଟ୍ସ ଦୌଡରୁ Amazon ଆଉଟ୍ ! ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସକୁ ମିଳିବ ଲାଭ

ନୂଆଦିଲ୍ଲୀ: ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଜେଫ ବେଜୋସଙ୍କ ଆମାଜନ ଆଇପିଏଲ ମିଡିଆ ରାଇଟ୍ସ ଦୌଡରୁ ବାହାର ହୋଇପାରେ। ଯଦି ଏପରି ହୁଏ ତେବେ ମୁକେଶ ଅମ୍ୱାନୀଙ୍କ ରାଲଏନ୍ସ ମିଡିଆ ରାଇଟ୍ସ ହାସଲ କରିବା ପାଇଁ ବଡ଼ ଦାବିଦାର ହୋଇପାରେ। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ ଆମାଜନ ୭.୭ ବିଲିୟନ ଡଲାର ଅର୍ଥାତ ପ୍ରାୟ ୬୦ ହଜାର କୋଟି ଟଙ୍କାର ମିଡିଆ ରାଇଟ୍ସ ଦୌଡରୁ ନିଜକୁ ବାହାରେ ରଖିପାରେ । ସୂତ୍ର ଅନୁସାରେ ଆମେରିକୀୟ କମ୍ପାନି ପୂର୍ବରୁ ଦେଶରେ ୬ ବିଲିୟନ ଡଲାରରୁ ଅଧିକ ନିବେଶ କରିସାରିଛି । ଏବେ ଆଇପିଏଲର କେବଳ ଅନଲାଇନ ଷ୍ଟ୍ରିମିଂ ରାଇଟ୍ସ ପାଇଁ ଅଧିକ ଖର୍ଚ୍ଚ କରିବାକୁ କମ୍ପାନି ବିଚାର କରୁ ନଥିବା ଜଣାପଡିଛି । ତେବେ ଆମାଜନ ପ୍ରତିନିଧିଙ୍କ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ ।

ମିଡିଆ ରାଇଟ୍ସ ଦୌଡରୁ ଆମାଜନ ବାହାର ହେବା ପରେ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ, ଡିଜନୀ ଏବଂ ସୋନୀ ଗ୍ରୁପ ମଧ୍ୟରେ କଡା ଟକ୍କର ହେବ। ତେବେ ଏଥିରେ ବି ରିଲାଏନ୍ସ ବଡ଼ ଦାବିଦାର ଥିବା ନଜର ଆସୁଛି । ଯେଉଁ କମ୍ପାନି ମିଡିଆ ରାଇଟ୍ସ ହାସଲ କରିବ, ସେ ୧୪୦ କୋଟି ଲୋକଙ୍କ ଦେଶରେ ଏକ ପ୍ରମୁଖ ମିଡିଆ ପ୍ଲେୟର ଭାବେ ନିଜ ସ୍ଥିତିକୁ ମଜବୁତ କରିପାରିବ । ଉଲ୍ଲେଖଯୋଗ୍ୟ ଯେ, ଜୁନ ୧୨ରୁ ଇ-ନିଲାମୀ ଆରମ୍ଭ ହେବ। ବର୍ତ୍ତମାନ ସମୟରେ ଡିଜନୀ ପ୍ଲସ ହଟଷ୍ଟାର ଆଇପିଏର ଏକମାତ୍ର ଲାଇଭ ଷ୍ଟ୍ରିମିଂ ମଞ୍ଚ।

Related Articles

Back to top button
WP Twitter Auto Publish Powered By : XYZScripts.com