ଓଡ଼ିଶା

ବେଆଇନ ଲୋନ୍ ଆପ୍ ମାମଲାରେ ଇଓଡବ୍ଲୁ ପଞ୍ଝାରେ ୨ ଠକ

ଭୁବନେଶ୍ବର: ବେଆଇନ ଲୋନ୍ ଆପ୍ ମାମଲାରେ ପୁଣି ଦୁଇ ଜଣ ଠକଙ୍କୁ ଗିରଫ କଲା ଇଓଡବ୍ଲୁ । ଉଭୟ ୩ ବେଆଇନ ସେଲ୍ କମ୍ପାନୀର ନିର୍ଦ୍ଦେଶକ ଥିଲେ । ଗିରଫ ଦୁଇ ଜଣ ହେଲେ ରକ୍ସିଥ୍ ଓ ସୁଶାନ୍ତ । କର୍ଣ୍ଣାଟକ ଉଦୁପି ଜିଲ୍ଲାରେ ଉଭୟ ଠକଙ୍କ ଘର । କୋକ୍‌ ଓ ଜୋଜୋ ସମେତ ଏକାଧିକ ଋଣ ଆପ୍‌ କରି ଏହି ଦୁଇ ଜଣ ଲୋକଙ୍କୁ ଠକୁଥିଲେ । ଅନ୍ୟପଟେ ଠକେଇ ଅଭିଯୋଗର ଗୌର ବିଶ୍ବକର୍ମା ନାମକ ବ୍ୟକ୍ତିଙ୍କୁ ମଧ୍ୟପ୍ରଦେଶରୁ ସାଇବର ଥାନା ପୋଲିସ ଗିରଫ କରିଛ । ଅଧିକ ସୁଧ ଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ୧୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com