ଜାତୀୟ

ଗୋଟିଏ ଆଙ୍ଗୁଠିରେ ଉଠାଇଲେ ୧୨୯ କେଜିର ଲୁହା : ଗିନିଜ୍ ବୁକ ରେକର୍ଡରେ ସ୍ଥାନ ପାଇଲେ ବ୍ୟକ୍ତି

ନୂଆଦିଲ୍ଲୀ: ଅସମ୍ଭବକୁ ସମ୍ଭବ କଲେ ବ୍ରିଟେନ ଯୁବକ । ହାକରେ ନୁହେଁ ବରଂ ଆଙ୍ଗୁଠିରେ ଶତାଧିକ କେଜି ଓଜନର ବସ୍ତୁ ଉଠାଇ କଲେ ବିଶ୍ୱ ରେକର୍ଡ । ଗିନଜ ବୁକ୍ ଅଫ୍ ରେକର୍ଡରେ ବି ମିଳିଲା ସ୍ଥାନ । ଏପରି କରି ସେ ୧୦ ବର୍ଷ ପୁରୁଣା ଏକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

ଗିନିଜ୍ ବୁକ୍ ଅଫ୍ ରେକର୍ଡ ଅନୁସାରେ, ବ୍ରିଟେନର ଷ୍ଟିଭ୍ କିଲର ଜଣେ ମାର୍ସିଆଲ୍ ଆର୍ଟିଷ୍ଟ୍ । ସେ ଫେବୃଆରୀ ୨୦୨୨ରେ କେଣ୍ଟରେ ଏକ ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ତାଙ୍କର ଗୋଟିଏ ଆଙ୍ଗୁଠିରେ ୧୨୯ କେଜିର ଏକ ବସ୍ତୁକୁ ଉଠାଇଛନ୍ତି । ଯାହା ବିଶ୍ୱ ରେକର୍ଡ ।

ଏହି ରେକର୍ଡ କରିବା ବେଳେ ସେ ୬ଟି ବଡବଡ ଲୁହା ଗୋଳାକାର ବସ୍ତକୁ ଆଙ୍ଗୁଠିରେ ଉଠାଇଥିଲେ । ତେବେ ଏହା ସହଜ ନଥିଲା । କଷ୍ଟଦାୟକ ଥିଲା ।  ହେଲେ ତାଙ୍କ ଆଙ୍ଗୁଠିର ବଳ ପାଇଁ ସେ ଏପରି କରିପାରିଥିବା ନିଜେ କିଲର କହିଛନ୍ତି । ପିଲାଦିନୁ ସେ ଆଙ୍ଗୁଠିରେ ଇଟା ଓ ପଥର ଉଠାଉଥିଲେ । ଯାହା ଧିରେଧିରେ ତାଙ୍କୁ ଗିନିଜ୍ ବୁକ୍ ରେକର୍ଡ କରିବା ଦିଗରେ ଉତ୍ସାହିତ କରିଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

ଗତ ୪ ବର୍ଷ ହେଲା ୪୮ ବର୍ଷୀୟ କିଲର ଏହି ରେକର୍ଡ ପ୍ରତିଷ୍ଠା କରିବା ଦିଗରେ ପ୍ରୟାସ ଜାରି ରଖିଥିଲେ । ଏହାସହ ସେ ଗତ 18 ବର୍ଷ ଧରି କରାଟେ ଅଭ୍ୟାସ କରୁଛନ୍ତି । ଜୁଡୋ ପ୍ରତି ମଧ୍ୟ ତାଙ୍କର ଭଲ ପଇବା ରହିଛି । କରାଟେରେ ସେ ଡାନ୍ ବ୍ଲାକବେଲ୍ଟ ଓ ଜୁଡୋରେ ମଧ୍ୟ ବ୍ଲାକବେଲ୍ଟ୍ ଚାମ୍ପିଅନ୍ ଅଟନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com