ଓଡ଼ିଶା

ବାରବାଟୀରେ ହେବନି ବର୍ଷା

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ତେବେ ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଏକ ଆଶ୍ୱସ୍ତିକର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି କଟକରେ ବର୍ଷା ହେବାର ସମ୍ଭାବନା କମ୍ ରହିଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସୂଚନା ପରେ କ୍ରିକେଟ ପ୍ରେମୀଙ୍କ ମନରେ ମ୍ୟାଚକୁ ନେଇ ଆହୁରି ଉତ୍କଣ୍ଠା ବଢ଼ିଛି ।

ବିଗତ ଦୁଇ ଦିନ ହେବ ଭୁବନେଶ୍ୱର ଓ କଟକରେ ଆକାଶ ମେଘାଚ୍ଛନ ରହିଥିଲା । ତେଣୁ ଆଜି କଟକରେ ପାଣିପାଗ କିପରି ରହିବ ତାହାକୁ ନେଇ ଚିନ୍ତାରେ ଥିଲେ କ୍ରିକେଟପ୍ରେମୀ । ଏହା ପୂର୍ବରୁ ମଧ୍ୟ ୨୦୧୩ରେ ବର୍ଷା ପାଇଁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ ବାତିଲ କରାଯାଇଥିଲା । ତେଣୁ ଆଜି ମ୍ୟାଚ ପୂର୍ବରୁ ପାଣିପାଗକୁ ନେଇ ଆଶଙ୍କାରେ ଥିଲେ ଦର୍ଶକ ।

Related Articles

Back to top button
WP Twitter Auto Publish Powered By : XYZScripts.com