ଜାତୀୟ

ଭାରତ-ଚୀନ ସୀମାରେ ମୁତୟନ ୨ ଯବାନ ନିଖୋଜ, ୧୪ ଦିନ ହେଲା ମିଳୁନି ପତ୍ତା

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ମୁତୟନ ଥିବା ୨ ଜଣ ଯବାନ ନିଖୋଜ । ଗତ ୧୪ ଦନ ହେଲା ତାଙ୍କ ପତ୍ତା ମିଳୁନଥିବା ଜଣାପଡ଼ିଛି । ଅରୁଣାଚଳପ୍ରଦେଶର ଠକଲା ପୋଷ୍ଟରେ ମୁତୟନ ଥିଲେ ଦୁଇ ଜଣ ଯବାନ । ଦୁଇ ଯବାନ ହେଲେ ହରେନ୍ଦ୍ର ନେଗୀ ଓ ପ୍ରକାଶ ସିଂହ ରାଣା । ମେ ୨୮ ତାରିଖରୁ ଦୁଇ ଜଣ ନିଖୋଜ ଅଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରକାଶଙ୍କ ପତ୍ନୀ ମମତା ରାଣାଙ୍କ କହିବା ଅନୁସାରେ, ତାଙ୍କ ସ୍ୱାମୀ ହଜିଯିବା ନେଇ ମେ ୨୯ ତାରିଖରେ ସେନା ପକ୍ଷରୁ ତାଙ୍କୁ ଫୋନରେ କୁହାଯାଇଥିଲା । ଜୁନ ୯ ତାରିଖରେ ସେନା ପକ୍ଷରୁ ଆଉ ଏକ କଲ୍ ଆସିଥିଲା । ଉଭୟ ଯବାନ ବୋଧ ହୁଏତ ନଈରେ ବୁଡ଼ିଯାଇଥାଇ ପାରନ୍ତି ବୋଲି ସେନା ପକ୍ଷରୁ ଫୋନରେ କୁହଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com