ଓଡ଼ିଶା

ରାଜ୍ୟକୁ ଛୁଇଁବ ମୌସୁମୀ, ମିଳିବ ଆଶ୍ବସ୍ତି

ଭୁବନେଶ୍ବର: ଓଡ଼ିଶାକୁ ମଳିବ ଆଶ୍ବସ୍ତି,ବର୍ଷାରେ ଭିଜିବ ଓଡ଼ିଶା । ଆଜି କିମ୍ବା କାଲି ସୁଦ୍ଧା ରାଜ୍ୟକୁ ଛୁଇଁବ ମୌସୁମୀ  ।ଭୀକ୍ଷଣ ଖରାରୁ ମିଳିବ ତ୍ରାହି । ଆସନ୍ତା କାଲି ସୁଦ୍ଧା ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ଆସନ୍ତାକାଲିଠୁ ବର୍ଷା ବଢିବାର ସମ୍ଭାବନା ରହିଛି । ଆଜି ମୌସୁମୀ ପ୍ରଭାବରେ ଗଞ୍ଜାମ, ନୟାଗଡ଼ ଆଦି ଜିଲ୍ଲାରେ ବର୍ଷା ହୋଇପାରେ । ୧୬ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳ ମୌସୁମୀ ବର୍ଷାରେ ଭିଜିବ । ଏହାପରେ ଧିରେ ଧିରେ ସମଗ୍ର ଓଡିଶାରେ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବ । ଏହା ପ୍ରଭାବରେ ରାଜ୍ୟରେ ତାପମତ୍ରା ହ୍ରାସ ପାଇବ  । ୧୬ ତାରିଖ ପରେ ତାତିରେ ବ୍ୟାପକ ପରିବର୍ତ୍ତନ ହେବ । ବର୍ତ୍ତମାନ ମୌସୁମୀ ବାୟୁ ପ୍ରଭାବରେ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ରୟାଲସୀମା  ଓ ବିହାରର କେତେକ  ଅଞ୍ଚଳରେ ବର୍ଷା ଲାଗି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com