କ୍ରୀଡ଼ା

BCCIର ନୂଆ ପ୍ଲାନ : ଗଠନ ହେବେ ୨ଟି ଜାତୀୟ ଟିମ୍‌, ଏକାସାଙ୍ଗେ ଖେଳିବେ ଟେଷ୍ଟ ଓ ଲିମିଟେଡ୍‌ ଓଭର ମ୍ୟାଚ୍‌

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍‌ସକୁ ନିଲାମ ହୋଇଛି । ଏଥିରୁ ବିସିସିଆଇ ୪୮ ହଜାର କୋଟି ଟଙ୍କା ଆଦାୟ କରିଛି । ଏବେ ଆଇପିଏଲ୍‌ ଦୁନିଆର ସବୁଠାରୁ ବଡ଼ ଲିଗ୍‌ ମଧ୍ୟରେ ୨ୟ ସ୍ଥାନରେ ରହିଛି । କିନ୍ତୁ  ଏସବୁ ଭିତରେ ବିସିସିଆଇ ଏକ ଖାସ୍‌ ପ୍ଲାନ ପ୍ରସ୍ତୁତ କରିଛି ।

ମିଳିଥିବା ଖବର ଅନୁଯାୟୀ, ଭବିଷ୍ୟତରେ ହେବାକୁ ଥିବା ବ୍ୟସ୍ତ କାର୍ଯ୍ୟସୂଚୀକୁ ନଜର ରଖି ବିସିସିଆଇ ୨ଟି ଜାତୀୟ ଟିମ୍‌ କରିବାକୁ ଯାଉଛି । ଯାହାକି ଗୋଟିଏ ସମୟରେ ଅଲଗା ଅଲଗା ସ୍ଥାନରେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିପାରିବେ । ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ଆମେ ୨ଟି ଜାତୀୟ ଟିମ୍‌ କରିବାକୁ ଯୋଜନା କରୁଛି । ଏହି ଦିଗରେ ବୋର୍ଡ ମଧ୍ୟ କାମ କରୁଛି । ଏହା ଯଦି ସମ୍ଭବ ହୁଏ, ତେବେ ଏକା ସମୟରେ ଗୋଟିଏ ଟିମ୍‌ ଟେଷ୍ଟ ଖେଳୁଥିବା ବେଳେ ଆଉ ଏକ ଟିମ୍‌ ଲିମିଟେଡ୍‌ ଓଭର ମ୍ୟାଚ୍‌ ଖେଳିବ ।

ସୂଚନାଯୋଗ୍ୟ ଯେ, ଆଇପିଏଲ୍‌ରେ ଲୋକପ୍ରିୟ ହେବା ଦ୍ୱାରା ବିସିସିଆଇ ଉପରେ ମ୍ୟାଚ ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ଚାପ ପଡିବ । ଏପିରିକି ଆନ୍ତର୍ଜାତିକ ମ୍ୟାଚ ଉପରେ ମଧ୍ୟ ପ୍ରଭାବ ପଡିବାର ଆଶଙ୍କା ରହିଛି । କିନ୍ତୁ ବିସିସିଆଇ ଏହାକୁ ଖଣ୍ଡନ କରିଛି । ଆନ୍ତର୍ଜାତିକ ମ୍ୟାଚ୍‌ ଉପରେ ଆଇପିଏଲ୍‌ କୌଣସି ପ୍ରଭାବ ପକାଇବନାହିଁ ବୋଲି ବିସିସିଆଇ ସ୍ପଷ୍ଟ ଭାବେ କହିସାରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com