ଜାତୀୟ

ୟୁପିରେ ବୁଲଡୋଜରରେ ଘର ଭାଙ୍ଗିବା ଘଟଣା, ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମନଇଚ୍ଛା କାହାରି ଘର ବୁଲଡୋଜର ଦ୍ୱାରା ଭଙ୍ଗା ଯାଇପାରିବନି । ସୁପ୍ରିମକୋର୍ଟରେ ଏନେଇ ଏକ ମାମଲାର ଆଜି ଶୁଣାଣି ହେବ । ଏଭଳି ବେଆଇନ କାମ କରୁଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟରେ ଆବଦେନ କରାଯାଇଛି । ଜାମିଆତ ଉଲମା ଇ ହିନ୍ଦ ଦ୍ୱାରା ଏହି ଆବେଦନ କରାଯାଇଛି । ଗତ ରବିବାର କିଛି ଅଳ୍ପ ସଂଖ୍ୟକ ସମ୍ପ୍ରଦାୟ ଲୋକଙ୍କ ଘରକୁ ବୁଲଡୋଜ ଦ୍ୱାରା ଭାଙ୍ଗି ଦିଆଯାଇଥିଲା । ଏଥିପାଇଁ ତା ପୂର୍ବଦିନ ବିଳମ୍ବିତ ରାତିରେ ନୋଟିସ ପଠାଯାଇଥିଲା । ଘର ଗୁଡ଼ିକ ବେଆଇନ ଭାବେ ନିର୍ମାଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏଥିସହ କାନପୁର ହିଂସାରେ ସମ୍ପୃକ୍ତି ଥିବା କଥା କହି ପ୍ରଶାସନ ପକ୍ଷରୁ ଏଭଳି ବେଆଇନ କାମ କରାଯାଇଥିବା ଆବେଦନ ହୋଇଛି । ଏହି ମାମଲାର ଆଜି ଶୁଣାଣି ହେବ । ବୁଲଡୋଜର ମାଧ୍ୟମରେ ଏଭଳି ହିଂସାକୁ ରୋକ ଲଗାଇବା ପାଇଁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com