ଓଡ଼ିଶା

ତିର୍ତ୍ତୋଲ ବିଧାୟକ ଏବଂ ତାଙ୍କ ପ୍ରେମିକାଙ୍କ ବିବାହ ବିବାଦରେ ରୋଚକ ମୋଡ଼, ଭାଇରାଲ୍‌ ହେଉଛି ଅଡ଼ିଓ

ଜଗତ୍‌ସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କର ପ୍ରେମିକା ସୋମାଲିକା ଦାଶଙ୍କ ବିବାହକୁ ନେଇ ଅଡ଼ୁଆ ବଢି ବଢି ଚାଲିଥିବା ବେଳେ ଆଜି ସୋସିଆଲ ମିଡିଆରେ ଏହି ସମ୍ପର୍କୀୟ ଏକ ଅଡିଓ ଭାଇରାଲ ହେବା ଘଟଣା ଏହାକୁ ଅଧିକ ରୋଚକ କରିଛି । ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଫୋନରେ କଥୋପ କଥନ ହେଉଥିବା ଏହି ଅଡିଓରେ ଜନୈକ ବ୍ୟକ୍ତି ବିଧାୟକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଉଥିବା ସହ ତାଙ୍କୁ ହତ୍ୟା କରିବା ପାଇଁ ଧମକ ମଧ୍ୟ ଦେଉଛନ୍ତି । ତେବେ ଏହି ବ୍ୟକ୍ତି କିଏ ? ଏମାନଙ୍କର ଏହି ଘଟଣା ସହିତ କଣ ସମ୍ପର୍କ ତାହା ଜଣା ପଡିନାହିଁ ।

ତେବେ ଏହି ବିବାଦୀୟ ଅଡିଓଟି ଭାଇରାଲ ହେବା ପରେ ସାଧାରଣରେ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବାବଦରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ସହ ଯୋଗାଯୋଗ କରିବାରୁ ଏହି ଧମକ ଅଡିଓ ତାଙ୍କର ହସ୍ତଗତ ହେବାପରେ ସେ ଭୟଭୀତ ହୋଇ ପଡିଥିବାର କହିଛନ୍ତି । ତେବେ ବିଧାୟକଙ୍କ ବିବାହ ଘଟଣା ସାରା ରାଜ୍ୟରେ ଆଲୋଚନାର ବିଷୟ ପାଲଟି ଥିବା ବେଳେ ଏହି ସମୟରେ ସୋସିଆଲ ମିଡିଆରେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଥିବା ଏହି ଭାଇରାଲ ଅଡିଓଟି କାହାର ସ୍ୱର ସେ ବାବଦରେ ଜଣାପଡ଼ିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com