ଜାତୀୟମନୋରଞ୍ଜନ

କାଶ୍ମୀର ଗଣହତ୍ୟା ଓ ଭିଡ଼ ହିଂସା ବୟାନ ଉପରେ ସାଇ ପଲ୍ଲବୀଙ୍କ ସ୍ପଷ୍ଟୀକରଣ; ମୋ କଥାକୁ ବଢ଼ାଇ ଚଢ଼ାଇ ଭୁଲ୍ ତଥ୍ୟ ଦିଆଯାଇଛି

ନୂଆଦିଲ୍ଲୀ: ଭିଡ଼ ହିଂସା ଓ କାଶ୍ମୀର ଗଣହତ୍ୟା ଘଟଣାକୁ ସମାନ କହି ବିବାଦରେ ଫସି ଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ଶେଷରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ଏକ ୟଟ୍ୟୁବ୍ ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେଇ ସାଇ ପଲ୍ଲବୀ ବିବାଦ ଘେରକୁ ଆସିବା ପରେ ତାଙ୍କ ବିରୋଧରେ ଥାନାଲେ ମାମାଲ ହୋଇଥିଲା। ବିବାଦ ବଢ଼ିବାରୁ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରି ନିଜ କଥାର ସ୍ପଷ୍ଟୀକରଣ ଦେଇଛନ୍ତି।

 

View this post on Instagram

 

A post shared by Sai Pallavi (@saipallavi.senthamarai)

ହିଂସା ଧର୍ମ ନାଁରେ ହେଉଥିବା ପ୍ରତ୍ୟେକ ହିଂସା ମହାପାପ ବୋଲି ମୁଁ କହିବାକୁ ଚାହୁଁଥିଲି। ମୋର ଉଦ୍ଦେଶ୍ୟା ଏହା ହିଁ ଥିଲା। ହେଲେ ମୋ ସାକ୍ଷାତ୍‌କାର୍‌ରେ ଗୋଟେ ଛୋଟ୍ କ୍ଲିପ୍‌କୁ ନେଇ ବଢ଼ାଇ ଚଢ଼ାଇ ଭୁଲ୍‌ ତଥ୍ୟ ଦିଆଯାଇଛି ଭାଇରାଲ୍ ହେଉଥିବା ଭିଡିଓରେ ମୂଳ ପ୍ରସଙ୍ଗକୁ ହଟାଇ ଦିଆଯାଇଛି ବୋଲି ଅଭିନେତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ କାଶ୍ମୀର ଫିଲ୍ମକୁ ଦେଖିବାର ପରେ ମୁଁ ନିର୍ଦ୍ଦେଶକଙ୍କ ସହ କଥା ହେବାର ସୁଯୋଗ ପାଇଲି। ପିଢ଼ି ଧରି ଲୋକମାନେ ସମାନ ପରିସ୍ଥିତି ଭୋଗୁଥିବା ଚିନ୍ତା ପ୍ରକଟ କରିଥିଲି। ତେବେ ଗଣହତ୍ୟା ଭଳି ଘଟଣାକୁ ମୁଁ ସାମାନ୍ୟ ଘଟଣା କହି ନାହିଁ। ସାକ୍ଷାତକାରରେ କୁହାଯାଇଥିବା କଥାକୁ ଭୁଲ୍ ପରିବେଷଣ କରାଯାଇଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ନା ବାମପନ୍ଥୀ ନା ଦକ୍ଷିଣ ପନ୍ଥୀ କାହାକୁ ସମର୍ଥନ ଦେଇନାହିଁ। ସବୁବେଳେ ନିରପେକ୍ଷ ରହିଛି। ଧର୍ମ ନାଁରେ ହେଉଥିବା ପ୍ରତ୍ୟେକ ହିଂସ ଅପରାଧ ବୋଲି କହିବା ମୋର ଉଦ୍ଦେଶ୍ୟ ଥିଲା। ତେବେ ଏହାକୁ ଭୁଲ୍ ଭାବରେ ନେବା ପରେ ମୋତେ ଗଭୀର ଦୁଃଖ ଲାଗିଥିଲା। ତେବେ ମୋତେ ସମର୍ଥନ ଜଣାଇଥବା ଲୋକଙ୍କୁ ମୋର ଧନ୍ୟବାଦ ବୋଲି ସାଇ ପଲ୍ଲବୀ କହିଛନ୍ତି।

କ’ଣ କହିଥିଲେ ଅଭିନେତ୍ରୀ ?

ସାଇ ପଲ୍ଲବୀଙ୍କର ଯେଉଁ ଛୋଟ ଭିଡିଓ କ୍ଲିପ୍‌ ଭାଇରାଲ ହୋଇଥିଲା ସେଥିରେ ସେ କହିଥିଲେ- ”ଦି କାଶ୍ମୀର ଫାଇଲ ଫିଲ୍ମରେ ଦେଖାଯାଇଛି ଯେ କାଶ୍ମୀର ପଣ୍ଡିତଙ୍କୁ କିଭଳି ହତ୍ୟା କରାଯାଇଛି। ସେହିପରି କିଛି ସମୟ ପୂର୍ବରୁ ଜଣେ ମୁସଲମାନ ଲୋକ ଗାଈ ନେଇଯାଉଥିବା ଅଭିଯୋଗରେ ତାକୁ ନିର୍ମମ ଭାବରେ ପିଟାମରା କରି ତାଙ୍କୁ ଜୟ ଶ୍ରୀ ରାମ ନାରା ଲଗାଇବାକୁ କୁହାଯାଇଥିଲା। ଇଏ ବି ଧର୍ମ ନାଁରେ ହିଂସା। ଏହି ଦୁଇ ଘଟଣାର କଣ ପ୍ରଭେଦ ରହିଛି ?” ସାଇ ପଲ୍ଲବୀଙ୍କ ଏହି ସାକ୍ଷାତକାର ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ପରେ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା

Related Articles

Back to top button
WP Twitter Auto Publish Powered By : XYZScripts.com