ଅନ୍ତର୍ଜାତୀୟଜାତୀୟ

ଅଗ୍ନିପଥକୁ ବିରୋଧ: ମାଜିଷ୍ଟ୍ରେଟ୍‌ଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦିଲେ ଛାତ୍ର, ଅଫିସର କହିଲେ, ପୁଅ ମୁଁ ତୁମ ବାପ ବୟସର…

ପାନିପଥ: କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନାକୁ ବିଭିନ୍ନ ରାଜ୍ୟରେ ବିରୋଧ କରାଯାଉଛି। ଯେଉଁମାନେ ବର୍ଷ ବର୍ଷ ଧରି ସେନା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ସେମାନଙ୍କୁ ଏବେ ସେନାରେ ଭର୍ତ୍ତି ନ ହେବା ଚିନ୍ତା ଘାରିଲାଣି। ତେବେ ହରିଆଣାର ପାନିପଥରେ ବିକ୍ଷୋଭକୁ ନେଇ ଏକ ଭାବପ୍ରବଣ ଭରା ଦୃଶ୍ୟ ଦେଖିବାକୁ ମିଳିଛି। ମୋ କ୍ୟାରିୟର ନଷ୍ଟ ହୋଇଗଲା ବୋଲି କହି ଜଣେ ଛାତ୍ର କାନ୍ଦି କାନ୍ଦି ସରକାରୀ ଅଫିସର କାନ୍ଧରେ ମୁଣ୍ଡ ରଖୁଛନ୍ତି। ଆଉ ଅଫିସର ମଧ୍ୟ ତାଙ୍କୁ ବାପାରେ ଧନରେ କହି ବୁଝାଉଛନ୍ତି। ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

 ଭିଡିଓରେ ଛାତ୍ର ଜଣଙ୍କ ଅଫିସରଙ୍କୁ କହୁଛନ୍ତି ” ଅଙ୍କଲ ଦୟାକରି ଏହାକୁ(ଅଗ୍ନିପଥ) ରଦ୍ଦ କରନ୍ତୁ। ମୁଁ ୪ ବର୍ଷ ହେଲା ସେନା ପାଇଁ ପ୍ରସ୍ତୁତି ଚଳାଇଛି। ସେନାରେ ଯୋଗ ଦେବା ମୋ ସ୍ୱପ୍ନ। ମୋକ୍ୟରିୟର ନଷ୍ଟ ହୋଇଯିବ।” ଏତିକି କହି ସରକାର ଅଫିସରଙ୍କୁ କୁଣ୍ଢାଇ ପକାଇବା ସହ ଛାତ୍ର ଜଣଙ୍କ ତାଙ୍କ କାନ୍ଧରେ ମଥା ରଖି କାନ୍ଦୁଥିବାର ଦେଖାଯାଉଛି।

ଡ୍ୟୁଟିରେ ଥିବା ମାଜିଷ୍ଟ୍ରେଟ୍‌ଙ୍କୁ  କାନ୍ଧରେ ମୁଣ୍ଡ ରଖି କାନ୍ଦିବା ଦେଖି ଉପସ୍ଥିତ ଲୋକେ ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ସେହି ଛାତ୍ରପ୍ରତି ମାଜିଷ୍ଟ୍ରେଟ୍‌ଙ୍କର ବ୍ୟବହାର ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା। ମାଜିଷ୍ଟ୍ରେଟ୍‌ ବାପାରେ ଧନରେ କହି ଛାତ୍ର ଜଣଙ୍କୁ ବୁଝାଇଥିଲେ। ସେ କହିଥିଲେ ଯେ ପୁଅ ତୁମେ ମନଦୁଃଖ କରନାହିଁ। ମୁଁ ତୁମ ବାପା ବୟସର ହେବି। ମନ ଦୁଃଖ କରି କ୍ୟରିୟର ନଷ୍ଟ କର ନାହିଁ। ତୁମର ଯାହା ସମସ୍ୟା ମୋତେ ଲେଖିକି ଦିଅ। ମୁଁ ତୁମ କଥା ସରକାରଙ୍କ ପାଖରେ ପହଞ୍ଚାଇବି ବୋଲି ମାଜିଷ୍ଟ୍ରେଟ୍ କହିଥିଲେ। ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com