ଓଡ଼ିଶା

ଶୌଚ ପାଇଁ ଯାଇଥିଲେ ଦୁଇ ମହିଳା, ଜଣଙ୍କୁ କଚାଡି ମାରିଦେଲା ଦନ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଖଇରବେରିଣୀ ଗାଁରେ ଦନ୍ତାହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶୈଳବାଳା ଦେହୁରୀ। ଶୈଳବାଳା ଶୌଚ ପାଇଁ ଘରପାଖ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଥିଲେ।

ସୂଚନା ଅନୁସାରେ, ଖଇରବେରିଣୀ ଗାଁର ଦୁଇଜଣ ମହିଳା ବତୀ ପ୍ରଧାନ ଆଉ ଶୈଳବାଳା ପ୍ରଧାନ ଘରପାଖ ଜଙ୍ଗଲକୁ ସକାଳୁ ଶୌଚ ପାଇଁ ଯାଇଥିଲେ। ସେତେବେଳେ ସେମାନେ ଏକ ଦନ୍ତାହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀକୁ ଦେଖି ବତୀ ଦୌଡ଼ି ପଳାଇ ଥିଲେ। କିନ୍ତୁ ଶୈଳବାଳା ହାତୀ ହାବୁଡ଼ରେ ପଡି ଯାଇଥିଲା। ତାଙ୍କୁ ହାତୀଟି ଶୁଣ୍ଢରେ ଟେକି କଚାଡି ଦେଇଥିଲା।  ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ବତୀ ପ୍ରଧାନ ଜୀବନ ବିକଳରେ ଦୌଡ଼ି ପଳାଇ ଯାଇ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ଗାଁରେ ଉତ୍ତେଜନା ଲାଗିରହିଛି। ତେବେ କିଛିଦିନ ହେବ ସେହି ଅଞ୍ଚଳରେ ୧୪  ଟିକିଆ ହାତୀ କିଛିଦିନ ହେବ ବୁଲୁଛନ୍ତି।  ଲୋକଙ୍କ ଧନ ଜୀବନର ସୁରକ୍ଷା ଦାବି କରିବା ସହ ମୃତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦାବି କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com