ଜାତୀୟ

ଭାରତ ବନ୍ଦର ପ୍ରଭାବ : ଦିଲ୍ଲୀ-ଗୁରଗାଓଁ ରାସ୍ତାରେ ଅଟକି ରହିଛି ହଜାର ହଜାର ଗାଡି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏପରିକି କିଛି ସଙ୍ଗଠନ ସୋମବାର ଭାରତ ବନ୍ଦ ଡାକରା ଦେଇଛନ୍ତି ।  ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯାହାର ପ୍ରଭାବ ବେଶି ପଡିଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ।

ବନ୍ଦ ପାଇଁ ପୋଲିସ ସଜଗ ରହିଛି ।  ଗୁରଗାଁଓ-ଦିଲ୍ଲୀ ବର୍ଡରରେ ଦିଲ୍ଲୀ ପୋଲିସର ଚେକିଂ ଜାରି ରହିଛି । ଯାହା ଫଳରେ ଗୁରୁଗାଓଁ- ଦିଲ୍ଲୀ ବର୍ଡରରେ ଅସମ୍ଭାଳ ଭିଡ଼ ଲାଗି ରହିଛି । ଦିଲ୍ଲୀ- ଗୁରୁଗାଓଁ ଏକ୍ସପ୍ରେସଓ୍ବେର ସରହୋଲ ବର୍ଡରରେ ଭିଡ଼ ଲାଗି ରହିଛି । ହଜାର ହଜାର ଗାଡି ମଟର ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛନ୍ତି । ବାଧ୍ୟ ହୋଇ ପ୍ରଶାସନ ଗୁରୁଗାଓଁରୁ ଦିଲ୍ଲୀ ଓ ନୋଏଡା ଆଡ଼କୁ ଭାରିଯାନ ଚଳାଚଳ ଉପରେ ରୋକ ଲଗାଇଛି । ଗୁରୁଗାଓଁରେ ପ୍ରଦର୍ଶନ ଉପରେ ୧୪୪ଧାରା ଜାରି କରାଯାଇଛି । ଗଳି ଗଳିରେ ପୋଲିସ ଛାଉଣୀ କରାଯାଇଛି।

ପୋଲିସର କହିବାନୁସାରେ, ଦିଲ୍ଲୀ ନିକଟ ଗୌତମ ବୁଦ୍ଧ ନଗରରେ କୌଣସି ବଡ଼ ସଭା ହୋଇପାରିବ ନାହିଁ । ସବୁ ସଭା ଉପରେ ରୋକ୍ ଲାଗିଛି । ଲୋକମାନଙ୍କୁ ଆଇନ ବ୍ୟବସ୍ଥା ଭଙ୍ଗ ନ କରିବାକୁ ଅପିଲ କରାଯାଇଛି। ଯେଉଁମାନେ ଏଭଳି କରିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com