ଓଡ଼ିଶା

ଦନ୍ତାହାତୀକୁ ଗୁଳିମାଡ଼ ଘଟଣାରେ ୩ ଗିରଫ, କାଜୁ ବଗିଚା ନଷ୍ଟ କରିବାରୁ ମାରିଥିଲେ ଗୁଳି

ଆଠଗଡ଼: ନରସିଂହପୁର ଜଙ୍ଗଲରେ ଦନ୍ତାହାତୀକୁ ଗୁଳମାଡ଼ ଘଟଣାରେ ୩ ଗିରଫ । ଗିରଫ ଶିକାରୀ ମାନେ ହେଲେ ସୂର୍ଯ୍ୟମଣି ନାୟକ , ଗଙ୍ଗାଧର ନାୟକ ଏବଂ ଦିବାକର ସାହୁ । ଦେଶୀ ବନ୍ଧୁକ ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗର ସ୍ବତନ୍ତ୍ର ଟିମ୍ । ସମସ୍ତଙ୍କ ଘର ନରସିଂହପୁର ଅଂଚଳର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଦନ୍ତାହାତୀକୁ ଦାନ୍ତ ଉଦ୍ଦେଶ୍ୟରେ ଗୁଳି ଶିକାର ନୁହେଁ ବରଂ ହାତୀ କାଜୁ ବଗିଚା ନଷ୍ଟ କରିଥିବାରୁ ଏମିତି ଗୁଳି କରିଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡି ଏଫ୍ ଓ ସୁଦର୍ଶନ ଗୋପୀନାଥ ଯାଦବ । ଦନ୍ତହାତୀ ଗୁଳିବିଦ୍ଧ ହେବା ପରେ ନାଳରେ ପଡି ଛଟପଟ ହେଉଥିଲା । ହାତୀର ଚିକିତ୍ସା କରାଯାଇଥିଲେ ମଧ୍ୟ ତାକୁ ବଞ୍ଚାଇ ହୋଇନଥିଲା ।

ସେପଟେ ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ ଘଟଣାରେ ବଡ଼ମ୍ବା ରେଞ୍ଜର ଆଉ ଜଣେ ଫରେଷ୍ଟ ଗାର୍ଡ ପ୍ରଭାତ କୁମାର ପ୍ରଧାନ ନିଲମ୍ବନ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ସେହିଭଳି ଦୁଇ ଜଣ ୱାଚରଙ୍କୁ ମଧ୍ୟ ଗରିଫ କରିଛି ବନ ବିଭାଗ । ପୂର୍ବରୁ ଏହି ଘଟଣାରେ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com