ଓଡ଼ିଶା

ବିଶ୍ୱ ଦରବାରରେ ନବୀନ କହିବେ ଓଡ଼ିଶା ବିକାଶର ଗାଥା

ବିଶ୍ବ ଶୁଣିବ ଓଡ଼ିଶା ବିକାଶର ଗାଥା । ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, କୃଷି ବିକାଶଠାରୁ କରୋନାର ସଫଳ ମୁକାବିଲା…ଇଟାଲି ରାଜଧାନୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ରୋଲ ମଡେଲର ବାର୍ତ୍ତା । ଆଜି ରୋମରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶୁଣାଇବେ ଦୀର୍ଘ ଦୁଇ ଦଶନ୍ଧିର ବିକାଶର ଯାତ୍ରା । ୨୨ ବର୍ଷରେ ଓଡ଼ିଶା କିପରି ସାଜିଲା ଉଦାହରଣ, ବିଭିନ୍ନ ମହାବାତ୍ୟାରେ ମିଶନ ଜିରୋ କାଜୁଆଲିଟିକୁ କିପରି ମିଳିଲା ସଫଳତା, ବିପର୍ଯ୍ୟୟ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର ଯୋଜନା ସମ୍ପର୍କରେ ଦିଗ୍‌ଦର୍ଶନ ଦେବେ ନବୀନ ।

ଦିନେ ଭୋକର ଭୂଗୋଳରେ ସ୍ଥାନୀତ ଓଡ଼ିଶା ଏବେ ଧାନ ଉତ୍ପାଦନରେ ବଳକା ରାଜ୍ୟ । ବିପଦ ଆପଦରେ ଅନ୍ୟ ରାଜ୍ୟ ଲାଗି ବି ଦେବଦୂତ ସାଜିଛି ଓଡିଶା । ଜାତିସଂଘ ୱାର୍ଲଡ ଫୁଡ ପ୍ରୋଗ୍ରାମର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନୁଭୂତି ବାଣ୍ଟିବେ । ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କୁ ସାକ୍ଷାତ କରିବେ ନବୀନ । କୌଣସି ମୁଖ୍ୟମନ୍ତ୍ରୀ ପୋପଙ୍କୁ ସାକ୍ଷାତ କରିବାରେ ନବୀନ ହେବେ ପ୍ରଥମ ।

ଏହା ସହ ୟୁରୋପ ମହାଦେଶରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ । ୨୯ ତାରିଖରେ ସେଠାରେ ମଧ୍ୟପ୍ରାଚ୍ୟ ପୁଂଜିନିବେଶକାରୀଙ୍କ ସହ ରାଜ୍ୟରେ ପୁଂଜିନିବେଶ ନେଇ ଚର୍ଚ୍ଚା କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମଣ୍ଡଳୀ ରୋମରେ ପହଞ୍ଚିବା ପରେ ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୁତ ନୀନା ମାଲହୋତ୍ରା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com