ଓଡ଼ିଶା

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଖୋର୍ଦ୍ଧାଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦେୱାନ ସାହିରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଗୁରୁଜଙ୍ଗ ଦେୱାନ ସାହିର ହେମନ୍ତ କୁମାର ସାହୁ । ତାଙ୍କ ଘର ସମ୍ମୁଖରେ ଥିବା ଏକ ଆଖଡା ଘର ଦୁଆରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ସବୁବେଳେ ନିଶାସକ୍ତ ଅବସ୍ଥାରେ ରୁହନ୍ତି ତେଣୁ ପାରିବାରିକ କଳହରୁ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଆଦର୍ଶ ଥାନା ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।  ଏନେଇ ପୋଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ସ୍ପଷ୍ଟ ହେବ ଯୁବକଙ୍କ ମୃତ୍ୟୁର ରହସ୍ୟ ।

Related Articles

Back to top button
WP Twitter Auto Publish Powered By : XYZScripts.com