ଓଡ଼ିଶା

ଥାନା ପରିସରରୁ ବ୍ରାଉନସୁଗାର ବେପାରୀ ଚମ୍ପଟ ଘଟଣା : ୩ ପୋଲିସ କର୍ମଚାରୀ ନିଲମ୍ବିତ

ଜଳେଶ୍ବର: ଜଳେଶ୍ବର ଥାନା ପରିସରରୁ ବ୍ରାଉନସୁଗାର ବେପାରୀ ଚମ୍ପଟ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏସପି ଦାୟିତ୍ବରେ ଥିବା ଏଏସପି ଅମରେଶ ପାଣିଗ୍ରାହୀ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ଆଇଜିଙ୍କ ନିର୍ଦ୍ଦେଶରେ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡିଛି । ତେବେ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ ହେଉଛନ୍ତି ସବ୍‌ ଇନ୍ସପେକ୍ଟର ପ୍ରିୟଦର୍ଶନୀ ଖଟୁଆ, କନେଷ୍ଟବଳ ସେକ୍ ମୈଉଦ୍ଦିନ, ଏପିଆର ଜବାନ ରବୀନ୍ଦ୍ର କୁମାର ହାଁସଦା । ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲେ ଏଏସପି ଅମରେଶ ପାଣିଗ୍ରାହୀ ।

ଗତ ରବିବାର ବିଳମ୍ବିତ ରାତିର୍ ଜଳେଶ୍ବର ଥାନା ପରିସରରୁ ଚମ୍ପଟ ମାରିଥିଲା ଅଟକ ବ୍ରାଉନସୁଗାର ବେପାରୀ ମୁକ୍ତାର ଖାନ୍ । ଗତ ଶନିବାର ଦିନ ବ୍ରାଉନସୁଗାର ସହ ମୁକ୍ତାରକୁ ଧରିଥିଲା ଜଳେଶ୍ବର ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com