ଅନ୍ତର୍ଜାତୀୟ

ଋଷ-ୟୁକ୍ରେନ୍ ଯୁଦ୍ଧ : ପୁଟିନଙ୍କ ନୂଆ ରଣନୀତି  ଆଣିପାରେ ଯୁଦ୍ଧର ଭୟଙ୍କର ସ୍ଥିତି

ମୋବାଇଲ୍ ନ୍ୟୁଜ୍ 24×7, 24 /06/22 : ଋଷ-ୟୁକ୍ରେନ୍ ଯୁଦ୍ଧ ଆଜିକୁ ପ୍ରାୟ ୪ ମାସ ବିତିଯାଇଥିଲେ ବି ବିଶ୍ୱର ମହାଶକ୍ତି ଆଗରେ ହାର ମାନୁନି ୟୁକ୍ରେନ୍ । ଫ୍ରେବୃଆରୀ ୨୪ ତାରିଖରେ ଋଷ ରାଷ୍ଟ୍ରପତି ୟୁକ୍ରେନ୍ ଉପରେ ଆକ୍ରମଣ କରିବା ସହ କହିଥିଲେ, ୟୁକ୍ରେନ୍ ଅସ୍ତ୍ରଶସ୍ତ୍ର ଛାଡି ଆତ୍ମ ସମର୍ପଣ କରିନେଉ । ପୁଟିନଙ୍କ ଏହି କଥା ଶୁଣିବା ପରେ ଲାଗୁଥିଲା ଋଷ ସେନା ଆଗରେ ୟୁକ୍ରେନ୍ ସେନା ଆତ୍ମସମର୍ପଣ କରିଦେବେ ଓ ୟୁକ୍ରେନକୁ କିଛି ଘଣ୍ଟା ମଧ୍ୟରେ ହରାଇ ଋଷ ନିଜ ଅକ୍ତିଆରକୁ ନେଇଯିବ । କିନ୍ତୁ ଏମିତି କିଛି ବି ହେଲାନି । ଋଷ-ୟୁକ୍ରେନ୍ ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି । ମାରିଉପୋଲ ଭଳି ସହରକୁ ଅଧୀନକୁ ନେବା ପରେ ଋଷ ୟୁକ୍ରେନକୁ ନିଜ ଅଧୀନକୁ ନେବା ପାଇଁ ତାର ରଣନୀତି ବଦଳାଇଛି । ରାଜଧାନୀ କିବକୁ ଛାଡି ପୂର୍ବ ୟୁକ୍ରେନ୍ ସହର ଗୁଡିକୁ କବ୍ଚା କରିବାରେ ଲାଗିପଡିଛି ଋଷ । ସେବେରୋଦୋନେସ୍କ ଓ ଲିସିଚଂସ୍କ ଭଳି ସହରକୁ ଘେରି ରହିଛନ୍ତି ଋଷ ସେନା । ଖାରବିକ ଉପରେ ରହି ଡୋନାବାସକୁ ନିଜ ଅଧିନକୁ ନେବା ପାଇଁ ଚେଷ୍ଟା ଚଳାଇଛି ଋଷ । ଏପରି କରିବା ପଛରେ ଋଷର ଏକ ବଡ ଚାଲ ରହିଛି । ଯଦି ପୁରା ୟୁକ୍ରେନ୍ ଉପରେ ଋଷ ଅଧୀନରେ କରିନପାରେ ତାହେଲେ ୟୁକ୍ରେନର ଏକ ବଡ ଅଂଶକୁ ଅଲଗା କରିବାରେ ସଫଳ ହୋଇପାରିବା ନେଇ ନୂଆ ରଣ ନୀତି ଆପଣାଇଛନ୍ତି ପୁଟିନ୍ । ଏପରି କୁହାଯାଉଛି କି, ଋଷ ରଣନୀତି ହିସାବରେ ଯେଉଁ ଦିଗରେ ଶତ୍ରୁ ଦୁର୍ବଳ ସେହି ଦିଗରେ ଶତ୍ରୁ ଉପରେ ଆଗ ଆକ୍ରମଣ କରିବା ଜରୁରୀ ହୋଇଥାଏ । କାରଣ ଏପରି କରିବା ଦ୍ୱାରା ଶତ୍ରୁକୁ ଶୀଘ୍ର ହରାଯାଇପାରିବ ।
ଅନ୍ୟପଟେ  ୟୁକ୍ରେନକୁ ସହାୟତା କରୁ ଥିବା ଦେଶଗୁଡିକୁ ଉପରେ ଚାପ ବଢିବାରେ ଲାଗିଛି । ଅପରପକ୍ଷରେ ଫିନଲ୍ୟାଣ୍ଡ, ସ୍ୱିଡେନକୁ ନାଟୋରେ ସାମିଲ କରିବା ପ୍ରୟାସ ନେଇ ଋଷ ଚେତାବନୀ ଦେଇଛି । ବେଲାରୁଷକୁ ଲାଗି ରହିଥିବା ଲୁଥିଆନିୟା ଉପରେ କୌଣସି ମୁହୁର୍ତ୍ତରେ ବି ଋଷ ଆକ୍ରମଣ କରିଦେଇପାରେ ବୋଲି ଆଶଙ୍କା ବଢୁଛି । ତେଣୁ ୟୁକ୍ରେନ୍ ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ଅନ୍ୟ ଦେଶକୁ ବ୍ୟାପିବାର ଆଶଙ୍କା ବଢିବାରେ ଲାଗିଛି । କାରଣ ଲିଥୁଆନିଆ ପାର କଲେ ପୋଲାଣ୍ଡ ସୀମା ଆରମ୍ଭ ହେଉଛି । ଯାହାକୁ ବ୍ୟବହାର କରି ଆମେରିକା ଏବଂ ୟୁରୋପ ୟୁକ୍ରେନରେ ଯୁଦ୍ଧାସ୍ତ୍ର ପହଞ୍ଚାଉଛନ୍ତି । ତେଣୁ ଲୁଥିଆନିଆ ଋଷ ଅଧୀନକୁ ଆସିବା ପରେ ପୋଲାଣ୍ଡ ଉପରେ ବିପଦ ବଢିଯିବ । ସେପଟେ ୟୁକ୍ରେନକୁ ୟୁରୋପ ସଂଘର ସଦସ୍ୟ ହେବା ପାଇଁ ଯାଉଛି । ଯାହାକୁ ନେଇ ଋଷ ଆହୁରି ଭୟଙ୍କର ହୋଇପାରେ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com