ଅନ୍ୟାନ୍ୟ

ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡକୁ ୧୫ ବର୍ଷ ଜେଲ ଦଣ୍ଡ ସହ ୪ ଲକ୍ଷ ଜୋରିମାନା

ପାକିସ୍ତାନ, 25/06/22 : ୨୬/୧୧/ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର ଆତଙ୍କବାଦୀ ସାଜିଦ ମୀରଙ୍କୁ ପାକିସ୍ତାନ ଲାହୋର ଅଦାଲତ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ଅଭିଯୋଗରେ ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।  ଏହାସହ ପଦାରେ ପଡିଛି ପାକିସ୍ତାନର ବଡ ମିଛ । ସାଜିଦ୍ ମୁମ୍ବାଇ ଆକ୍ରମଣରେ ଜଡିତ ଥିବା ଓ ପାକିସ୍ତାନରେ ଥିବା ବାରମ୍ବାର ଅଭିଯୋଗ ପରେ ବି ପାକିସ୍ତାନ ଏହାକୁ ଅଗ୍ରାହ୍ୟ କରିଆସୁଥିଲା । ଏହାସହ  ସେ ଦେଶରେ ନାହିଁ ଏବଂ ସମ୍ଭବତଃ ତା’ର ମୃତ୍ୟୁ ଘଟିଛି ବୋଲି ପାକିସ୍ତାନ ସରକାର କହିଆସୁଥିଲେ ।

୨୬/୧୧/ ୨୦୦୮ ରେ ମୁମ୍ବାଇ ଆକ୍ରମଣରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଆତଙ୍କବାଦୀ ସାଜିଦକୁ ୧୫ ବର୍ଷ ଜେଲ ସହ ୪ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରାଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com