ଅନ୍ୟାନ୍ୟ

କହ୍ନେୟା ଲାଲ ମର୍ଡର ତଦନ୍ତ ଲାଗି ଉଦୟପୁରରେ NIAର ସ୍ୱତନ୍ତ୍ର ଟିମ୍

ରାଜସ୍ଥାନ ଉଦୟପୁର ଦରଜୀ କହ୍ନେୟା ଲାଲ ହତ୍ୟା ମାମଲା । ହତ୍ୟାକାଣ୍ଡର ତଦନ୍ତ ଭାର ନେଲା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏର ସ୍ୱତନ୍ତ୍ର ଟିମ୍ । ଏହି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କୌଣସି ପ୍ରକାର ଆନ୍ତର୍ଜାତିକ ଲିଙ୍କର ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ସେପଟେ ଯେଉଁମାନେ ଏହି ହତ୍ୟାକାଣ୍ଡ ସହ ଜଡ଼ିତ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ କହିଛନ୍ତି ରାଜସ୍ଥାନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଦିନେଶ ଏମଏନ । କେତେକ ଅଭିଯୁକ୍ତଙ୍କୁ ଜେରା କରାଯାଉଥିବା ସୂଚନା ଦେଇଛନ୍ତି ଦିନେଶ । ମୃତ କହ୍ନେୟା ଲାଲଙ୍କ ପୋଷ୍ଟମର୍ଟମ ହୋଇଥିବାବେଳେ ଘଟଣାରେ ୭ ଜଣଙ୍କୁ ପୋଲିସ ଅଟକ ରଖିଛି । କହ୍ନେୟା ହତ୍ୟାକାଣ୍ଡ ସହ ଜଡ଼ିତ ଦୁଇ ଅଭିଯୁକ୍ତଙ୍କ ସହ ପାକିସ୍ତାନ ଏକ ଆତଙ୍କବାଦୀ ସଂଗଠନର ସମ୍ପର୍କ ରହିଛି ବୋଲି ସୂଚନା ମିଳିଛି । ଏହି ଦୁଇ ଅଭିଯୁକ୍ତ ହେଲେ ଗୌସ ମହମ୍ମଦ ଓ ରିୟାଜ ଅଖତାରିଙ୍କୁ ଗିରଫ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com