ଓଡ଼ିଶା

ଖୁବଶୀଘ୍ର ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ସିଧା ସଳଖ ବିମାନ

ଦୁବାଇ, ୩୦/୦୬/୨୨ : ବିଦେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ସିଧା ସଳଖ ବିମାନ । ଫଳରେ ଭୁବନେଶ୍ୱରରୁ ଦୁବାଇକୁ ବିନା ଅସୁବିଧାରେ ଯାଇପାରିବେ ଲୋକେ । ବୁଧବାର ଦୁବାଇରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସମୟରେ ଏପରି ଏକ ସିଧା ସଳଖ ବିମାନ ଉଡ଼ିବା ନେଇ ଯୋଜନା ହେଉଥିବା ବେଳେ ଦୁବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏହି ବିମାନ ଖୁବଶୀଘ୍ର ଉଡ଼ିବ ବୋଲି ଘୋଷଣା କରିଛନ୍ତି । ଏହା ସହ ଆପଣମାନେ ଖୁସି ତ ବୋଲି ପ୍ରବାସୀଙ୍କୁ ପଚାରିଥିଲେ ଏବଂ ନିଜେ ଖୁସି ବୋଲି ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ । ଦୁବାଇରେ ଆୟୋଜିତ ଏହି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶୁଣିବାକୁ ମିଳିଥିଲା ବନ୍ଦେ ଉତ୍କଳ ଜନନୀ ଗୀତ । ଏମିତିକି ଓଡ଼ିଶା କଳା, ସଂସ୍କୃତିର ଝଲକ୍ ବି ଦେଖିବାକୁ ମିଳିଥିଲା । କନକ୍ଲେଭରେ ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି ବେଶ ଉତ୍ସାହିତ ଥିଲେ । ଏହା ସହ OFUAE ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com