ଜାତୀୟ

ସ୍କୁଲରେ ଖେଳୁଥିବା ବେଳେ କାମୁଡିଦେଲା ବିଛା, ମେଡିକାଲରେ ୮ ବର୍ଷ ଶିଶୁଙ୍କ ମୃତ୍ୟୁ

ବେମେତରା: ଛତିଶଗଡ ବେମେତରା ଜିଲ୍ଲାର ଏକ ସ୍କୁଲରେ ବିଛା କାମୁଡିଦେବାରୁ ଗୁରୁତର ୮ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ବୁଧବାର ଦିନ ବନ୍ଧି ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ରୀ ଜଣଙ୍କ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ଦିବ୍ୟା ମଣ୍ଡାଭି ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଦିବ୍ୟା ମଣ୍ଡାଭି ଲଞ୍ଚ ବ୍ରେକ୍ ସମୟରେ ଫିଲ୍ଡରେ ଖେଳୁଥିଲେ । ଏହି ସମୟରେ ତାଙ୍କୁ ବିଛା କାମୁଡି ଦେଇଥିଲା । ଛାତ୍ର ଜଣଙ୍କ ଚିତ୍କାର କରିବା ପରେ ଆଖପାଖରେ ଖେଳୁଥିବା ପିଲାମାନେ ବିଛାଟିକୁ ଦେଖିଥିଲେ । ଏହାପରେ ଏନେଇ ଶିକ୍ଷକଙ୍କୁ ସୂଚନା ଦେଇଥିଲେ । ଘଟଣା ପରେ ଆହତ ଦିବ୍ୟାଙ୍କୁ ନିକଟସ୍ଥ ଦଧି ଗାଁ ପ୍ରାଥମିକ ସ୍ବାସ୍ଥ୍ୟାକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବେମେତରା ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ବେମେତରା ଜିଲ୍ଲା ହସ୍ପିଟାଲରେ ପହଞ୍ଚିବା ପରେ ସେଠାକାର ଡାକ୍ତର ଦିବ୍ୟାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କହିଥିଲେ । ଫଳରେ ଡାକ୍ତର ତାଙ୍କୁ ରାୟପୁର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । କୁହାଯାଉଛି ଯେ, ରାୟପୁର ନିଆଯିବା ସମୟରେ ସିମଗା ନିକଟରେ ଦିବ୍ୟା ପ୍ରାଣ ହରାଇଛନ୍ତି ।

ଘଟଣାର ସୂଚନା ପାଇବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାଘେଲଙ୍କ ନିର୍ଦ୍ଦେଶ ପରେ ବେମେତରା ଜିଲ୍ଲା ଶିକ୍ଷା ଅଧିକାରୀ ମୃତ ଛାତ୍ରୀ ଦିବ୍ୟାଙ୍କ ବାପାଙ୍କୁ ଆର୍ଥିକ ସହାୟତା ରୂପେ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହା ସହ ଦିବ୍ୟାଙ୍କ ବାପାଙ୍କୁ ୪ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com