ଜାତୀୟମନୋରଞ୍ଜନ

୨ମାସ ପୂର୍ବରୁ ଏହି ମହିଳା ଜଣଙ୍କ ଲେଖିଥିଲେ-ଗର୍ଭବତୀ ଅଛନ୍ତି ଆଲିଆ,ବ୍ୟାନ୍ ହୋଇ ଯାଇଥିଲା ଆକାଉଣ୍ଟ

ମୁମ୍ବାଇ:  ବିବାହର ମାତ୍ର ୨ ମାସ ପରେ ଅଭିନେତ୍ରୀଙ୍କ ଗର୍ଭଵତୀ ହେବାର ଖବର ଦେଇଥିଲେ ଆଲିଆ-ରଣବୀର। ଏହି ଖୁସି ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ଯଦି କୁହାଯାଏ କି ଜଣେ ମହିଳା ଏହି ବିଷୟରେ ଆଗରୁ ସୂଚନା ଦେଇଥିଲେ ବୋଲି ? ଏପ୍ରିଲ୍ ମାସରେ ଆଲିଆ ପ୍ରେଗନେନ୍ସି ବିଷୟରେ ଜଣେ ମହିଳା Reddit ରେ ଲେଖିଥିଲେ। ସେହି ପୋଷ୍ଟକୁ ଦେଖି ଫେକ୍‌ କହି Reddit ଗ୍ରୁପ୍‌ରୁ ବ୍ୟାନ୍‌ କରି ଦେଇଥିଲେ। ବର୍ତ୍ତମାନ ଏବେ ସେ ପୁଣି ଥରେ ଫେରିଛନ୍ତି । ଯାହା ପରେ ସୋସିଆଲ୍‌ ମିଡିଆ ୟୁଜର୍ସ ଚାହୁଁଛନ୍ତି କି ମହିଳାଙ୍କୁ ସମ୍ମାନିତ କରାଯାଉ।

କହିବାକୁ ଗଲେ BollyBlindsNGossip ଏପ୍ରିଲ୍‌ରେ ଏକ ପୋଷ୍ଟ  କରିଥିଲା। ଏହା ପରେ ରେଡିଟ୍‌ର ଜଣେ ୟୁଜର୍ସ କହିଥିଲେ କି -ମିସ୍‌ ଭଟ୍ଟ ସ୍ପଷ୍ଟ ଭାବରେ ଗର୍ଭବତୀ ଅଛନ୍ତି। ଏହି ଖବର ଗୋଟିଏ ସୋରସ୍‌ରୁ ମିଳିଛି । ଯିଏ ତାଙ୍କର ବନ୍ଧୁ ବା ମେକ୍‌ଅପ୍‌ ଆର୍ଟିଷ୍ଟ। ଏହା ଶୁଣିବା ପରେ ୟୁଜର୍ସମାନେ ଦାବି କରିଥିଲେ କି ସେ ଗସିପ୍‌ ପାଇଁ ଏହି ସବୁ କହିଥିଲେ। ଏହା ସମ୍ପୂର୍ଣ୍ଣ ଭାବରେ ଗୁଜବ।

ଏସବୁ ପରେ ମହିଳାଙ୍କ ଆକାଉଣ୍ଟକୁ ବ୍ୟାନ୍‌ କରି ଦିଆଯାଇଥିଲା। ଆଲିଆଙ୍କ ଫ୍ୟାନ୍ସ ମହିଳାଙ୍କ କଥାକୁ ବିଶ୍ବାସ ନକରି କହିଥିଲେ କି ଆଲିଆ ହିଁ ନୁହେଁ ବରଂ ତାଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟ ପ୍ରେଗନାଣ୍ଟ ଅଛନ୍ତି । ଗୁଜବ ବୋଲି କହି ନାନା ନେଗେଟିଭ୍‌ କମେଣ୍ଟ ଦେଇଥିଲେ। ଅନ୍ୟପଟେ କହିବାକୁ ଗଲେ ମହିଳା ଜଣକ ଏବେ କହିଥିଲେ- ହେଲୋ ଫ୍ରେଣ୍ଡସ୍‌… ମୋତେ ଅନବ୍ୟାନ୍‌ କରାଗଲା। ମୋତେ ଶ୍ରେୟ ଦେବା ପାଇଁ ଧନ୍ୟବାଦ। କିଛି ନା ଚଳିବ ସେ ସମୟରେ ଲୋକଙ୍କ ସତ ଲାଗିଲାନି କଥା। କିନ୍ତୁ ମୁଁ ଜାଣିଛି ସୋର୍ସ ଠିକ୍ ଥିଲା। ଆଉ ମୋତେ ଏବେ ଆଉ କିଛି ପଚରାନ୍ତୁନି କିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com