ଓଡ଼ିଶା

ଚାରି ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଭାଲୁ ଉଦ୍ଧାର, ଆମ୍ୱ ଓ ପଣସ ଖାଇବାକୁ ଆସି କୂଅରେ ଫସିଥିଲା

କେନ୍ଦୁଝର: କେନ୍ଦୁଝରରେ ଆମ୍ବ ପଣସ ଖାଇବାକୁ ଆସି କୂଅରେ ଫସିଲା ବିରାଟକାୟ ଜଙ୍ଗଲି ଭାଲୁ । ଚାରି ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର କରାଗଲା । ସଦର ରେଞ୍ଜର ଅମ୍ପୁଆପଶି ଗାର ବରିଷ୍ଠ ଆଇନଜୀବୀ ଚର୍ତୁଭୂଜ ହୋତାଙ୍କର ଫାର୍ମ ହାଉସର ଏକ କୂଅରେ ଆଜି ସକାଳୁ ସକାଳୁ ଏକ ବିରାଟକାୟ ଜଙ୍ଗଲୀ ଭାଲୁ ପଡି ଗର୍ଜନ ତର୍ଜନ କରୁଥିବା ଦେଖିବାକୁ ମିଳିଥିଲା ।

ଫାର୍ମ ହାଉସରେ ପ୍ରଚୁର ପରିମାଣର ପାଚିଲା ପଣସ, ଆମ୍ବ ଓ ସପୁରୀ ଆଦି ଭର୍ତ୍ତି ହୋଇଥିବାରୁ ତାଙ୍କୁ ଖାଇବାକୁ ଭାଲୁଟି ପାଚେରୀ ଡେଇ ଭିତରକୁ ପଶିଥିଲା । କୂଅ ଭିତରେ ଖସି ପଡିଥିଲା । ଖବର ପାଇ ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ପରେ କୂଅ ଭିତରେ ଶିଢୀ ପକାଯିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଭାଲୁଟି ଥକି ଯାଇ ଅସୁସ୍ଥି ଅନୁଭବ କରୁଥିଲା, ତେଣୁ ତା ଉପରେ କିଛି ପାଣି ଛିଞ୍ଚିବା ପରେ ସୁସ୍ଥ ଅନୁଭବ କରି ଚଳଚଞ୍ଚଳ ହୋଇ ଉଠିଥିଲା । ଭାଲୁଟି ଶିଢି ସାହାଯ୍ୟରେ ଆରମରେ ଉପରକୁ ଉଠିଆସି ଜଙ୍ଗଲକୁ ଚାଲିଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com