ଜାତୀୟମନୋରଞ୍ଜନ

‘Ponniyin Selvan’ ମୋସନ୍‌ ପୋଷ୍ଟର ରିଲିଜ୍‌, ସାମ୍ନାକୁ ଆସିଲା ଚୋଳ ସାମ୍ରାଜ୍ୟର ଝଲକ

ନୂଆଦିଲ୍ଳୀ: ଫେମସ୍‌ ନିର୍ମାତା ମଣି ରତ୍ନାମ୍‌ଙ୍କ ଫିଲ୍ମ ପୋନିୟିନ ସେଲଭାନର ପାର୍ଟ-୧କୁ ବହୁତ ସମୟ ଧରି ଫ୍ୟାନ୍ସମାନେ ଅପେକ୍ଷା କରି ରହିଛନ୍ତି। ଐଶ୍ବର୍ଯ୍ୟାଙ୍କ ଏହି ବିଗ୍‌ ବଜେଟ୍ ଫିଲ୍ମ ୫୦୦ ହେବ ବୋଲି କୁହାଯାଉଛି । ଏହା ତାମିଲ ,ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ। ହେଲେ ଫିଲ୍ମକୁ ନେଇ କୌଣସି ଅପଡେଟ୍‌ ସାମ୍ନାକୁ ଆସି ନାହିଁ । କିନ୍ତୁ ବର୍ତ୍ତମାନ ମେକର୍ସ ଏହାର ଏକ ନୂଆ ମୋସନ ପୋଷ୍ଟର ରିଲିଜ କରିଛନ୍ତି। ଏହା ସହ କହିଛନ୍ତି ଆଗାମୀ ସପ୍ତାହରେ ଫିଲ୍ମର ଡିଟେଲସ୍‌ ସାମ୍ନାକୁ ଆସିବ ।

 

View this post on Instagram

 

A post shared by Madras Talkies (@madrastalkies)

ପୋନିୟିନ୍ ସେଲଭାନ୍ ଫିଲ୍ମ ଲାଇକା ପ୍ରଡକ୍ସନ୍ ଏବଂ ମାଡ୍ରାସ୍ ଟକିଜ୍ ବ୍ୟାନରରେ ନିର୍ମିତ। ଏହି ଚଳଚ୍ଚିତ୍ରଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ। ଯାହାର ପ୍ରଥମ ଭାଗ ୩୦ସେପ୍ଟେମ୍ବରରେ ରିଲିଜ୍ ହେବାକୁ ଯାଉଛି । ପୋଷ୍ଟରରେ ଚୋଳ ସାମ୍ରାଜ୍ୟର ଝଲକ ଦେଖାଯାଇଛି । ଏଥିରେ କିଛି ଲୋକ ଚୋଳ ରାଜବଂଶର ପତାକା ଉତ୍ତୋଳନ କରୁଥିବା ବେଳେ ପୋଷ୍ଟରରେ ଲେଖାଯାଇଛି ଯେ ଚୋଳ ରାଜବଂଶର ଲୋକମାନେ ଆସୁଛନ୍ତି।

ଫିଲ୍ମର ପୋନିୟିନ୍ ସେଲଭାନ୍ ମୋସନ୍ ପୋଷ୍ଟର ସହ ଫିଲ୍ମର ମ୍ୟୁଜିକ୍ କମ୍ପୋଜ୍‌ କରିଥିବା ଏ ଆର ରେହମାନ ଏବଂ ଅନ୍ୟ ଟିମ୍‌ ମଧ୍ୟ ସେୟାର କରିଛନ୍ତି। ଏହା ବ୍ୟତୀତ ଆଗାମୀ ସପ୍ତାହରେ ଏଡଭେଞ୍ଚର ହେବ ବୋଲି ନିର୍ମାତା କହିଛନ୍ତି । ଖବର ଅନୁଯାୟୀ ୭ ଜୁଲାଇ ତାମିଲନାଡୁର ଥାନଜାଭୁରରେ ପୋନିୟାନ ସେଲଭାନ ଫିଲ୍ମର ଟିଜର ଲଞ୍ଚ ହେବାକୁ ହେବାର ଥିଲା ହେଲେ କୌଣସି କାରଣରୁ ନିର୍ମାତାମାନେ ବାତିଲ କରିଥିଲେ । କୁହାଯାଇଛି କି ଏହି ଲଞ୍ଚରୁ ଫିଲ୍ମର ପ୍ରମୋସନ ଆରମ୍ଭ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com