ସ୍ୱାସ୍ଥ୍ୟ

ଚିହ୍ନଟ ହେଲା ଓମିକ୍ରନର ଆଉ ଏକ ଘାତକ ଭାରିଆଣ୍ଟ୍ : ଇସ୍ରାଏଲ ବୈଜ୍ଞାନିକଙ୍କ ଦାବି ପରେ ବଢିଲା ଚିନ୍ତା

ନୂଆଦିଲ୍ଲୀ: ଭାରତର ୧୦ଟି ରାଜ୍ୟରେ ଓମିକ୍ରନ୍‌ର ଏକ ନୂଆ ଭାରିଆଣ୍ଟ ବିଏ.୨.୭୫ ଠାବ ହୋଇଥିବା ରବିବାର ଇସ୍ରାଏଲ୍‌ର ଜଣେ ବିଶେଷଜ୍ଞ ଦାବି କରିଛନ୍ତି । କିନ୍ତୁ ଏ ବାବଦରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କିଛି କୁହାଯାଇ ନାହିଁ ।

ଇସ୍ରାଏଲ୍‌ର ତେଲ୍‌ ହାସୋମେରସ୍ଥିତ ସେବା ମେଡିକାଲ ସେଣ୍ଟରର ସେଣ୍ଟ୍ରାଲ ଭାଇରୋଲୋଜି ଲାବୋରେଟୋରିର ଡା. ଶୟ ଫ୍ଲେସନ୍‌ କହିଛନ୍ତି ୮ଟି ଦେଶ ପକ୍ଷରୁ ଜେନୋମିକ ଡାଟାର ଏକ ଓପନ-ସୋର୍ସ ପ୍ଲାଟଫର୍ମ ‘ନେକ୍ସଟଷ୍ଟ୍ରେନ୍‌’ରେ ୮୫ ସିକ୍ୱେନ୍ସ ଅପ୍‌ଲୋଡ୍‌ କରାଯାଇଛି । ଭାରତରୁ ଏଥିରେ ୬୯ଟି ରହିଛି ।

ସେଥିମଧ୍ୟରେ ଦିଲ୍ଲୀରେ ୧, ହରିଆଣାର ୬, ହିମାଚଳ ପ୍ରଦେଶର ୩, ଜମ୍ମୁର ୧, କର୍ଣ୍ଣାଟକର ୧୦, ମଧ୍ୟପ୍ରଦେଶର ୫, ମହାରାଷ୍ଟ୍ରର ୨୭, ତେଲଙ୍ଗାନର ୨, ଉତ୍ତରପ୍ରଦେଶର ୧ ଓ ପଶ୍ଚିମବଙ୍ଗର ୧୩ଟି ସିକ୍ୱେନ୍ସ ରହିଛି । ଭାରତ ବ୍ୟତୀତ ଆଉ ୭ଟି ଦେଶ ଯଥା ଜାପାନ, ଜର୍ମାନୀ, ବ୍ରିଟେନ୍‌, କାନାଡ଼ା, ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏହି ନୂଆ ଷ୍ଟ୍ରେନ୍‌ ନେଇ ରିପୋର୍ଟ ଦେଇଛନ୍ତି । ଏହା ଚିନ୍ତାଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏପରିକି ପୂର୍ବରୁ ସଂକ୍ରମିତ ହୋଇସାରିଥିବା କିମ୍ବା ଉଭୟ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ ଏହି ଭାଇରସ୍‌ରେ ସଂକ୍ରମିତ ହେବାର ଆଶଙ୍କା ରହିଥିବା କୁହାଯାଉଛି । ତେବେ ବିଏ.୨.୭୫ କେତେ ସଂକ୍ରମଣକ୍ଷମ ଓ ଆଗକୁ ଏହା ସଂକ୍ରମଣ ବଢ଼ାଇବ କି ନାହିଁ ତାହା ଉପରେ ପରୀକ୍ଷା କରାଯାଉଛି । ଖୁବଶୀଘ୍ର ଏହା ଜଣାପଡିବ । ପୂର୍ବରୁ ଓମାଇକ୍ରନର ସବ୍‌ ଭାରିଆଣ୍ଟ ବିଏ.୧, ବିଏ.୨, ବିଏ.୩, ବିଏ.୪ ଓ ବିଏ.୫ ଚିହ୍ନଟ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com