ଓଡ଼ିଶା

ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା, ଆଡ଼ପ ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି

ପୁରୀ: ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା । ପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଆଜି ଚତୁର୍ଥ ଦିନ । ଆଡ଼ପ ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି । ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜିଉଙ୍କ ଏହି ଗୁପ୍ତ ନୀତି କରାଯିବ । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ । ପାରମ୍ପରିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୁର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏଥିପାଇଁ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଆପାତତଃ ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ନୀତିକାନ୍ତି ହେବ । ଅନ୍ୟପଟେ ଦୁଇବର୍ଷ ପରେ ଆଡ଼ପ ଦର୍ଶନ ମିଳୁଥିବାରୁ ଶ୍ରଦ୍ଧାଳୁଙ୍କର ଲାଗୁଛି ଅସମ୍ଭବ ଭିଡ଼ । ଆଡ଼ପ ଅବଢ଼ା ପାଇ ନିଜକୁ କୃତାର୍ଥ ମଣୁଛନ୍ତି ଭକ୍ତ ।

Related Articles

Back to top button
WP Twitter Auto Publish Powered By : XYZScripts.com