ଓଡ଼ିଶା

ବ୍ରହ୍ମପୁର ଟ୍ରାଫିକ ଅବ୍ୟବସ୍ଥା ସୁଧାରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଦାବିପତ୍ର

ଆଜିକି କିଛି ଦିନ ହେବ ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟା ଲାଗି ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ବ୍ରହ୍ମପୁର ଟ୍ରାଫିକ ଅବ୍ୟବସ୍ଥାକୁ ନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାର ଅନ୍ୟତମ ବଡ଼ ସହର ବ୍ରହ୍ମପୁରରେ ଦିନ କୁହ ଦିନ ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସର ଅପାରଗତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ସୁଧାର ସହ ଗାଡ଼ି ଚାଳକ ଓ ପଥଚାରୀଙ୍କ ସୁରକ୍ଷା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ସୁଫଳ ମିଳି ନଥିବାପରିତାପର କଥା । ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ସମସ୍ୟା ବହୁ ଗୁଣିତକ ହେଉଥିବା ବେଳେ ରାସ୍ତା କଡ଼ର ବ୍ୟବସାୟ ଅନ୍ୟ ଏକ ମୁଖ୍ୟ ମୁଣ୍ଡ ବିନ୍ଧାର କାରଣ ହୋଇଛି । କିଛି ଯୁବପିଢି ତିନି ଜଣ ବ୍ୟକ୍ତି ସହ ଗାଡ଼ି ଚଳାଚଳ,ରାସ୍ତା ଉପରେ ପାର୍କ କରିବା,ଭୁଲ ରାସ୍ତାରେ ଗାଡ଼ି ଚଳାଚଳ କରୁଥିବା ଯୋଗୁଁ ଅଯଥାରେ ରାସ୍ତାଜାମ କରିବା ଏଠି ନିତିଦିନିଆ ଘଟଣା । ବହୁ ସମୟରେ ଏହି କାରଣରୁ ଦୁର୍ଘଟଣା ମାନ ଘଟିଯାଇଛି । ପୋଲିସ ଧରପଗଡ ହେଉଥିବା ବେଳେ ଗଳାବାଟ ଦେଇ ଅମାନିଆ ଗାଡ଼ି ଚଳାଚଳ କରନ୍ତି ।ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦୁଇ ଓ ଚାରି ଚକିଆ ଗାଡ଼ି ସହରକୁ ପ୍ରବେଶ କରୁଛି । ଠେଲା ଗାଡ଼ି ବାଲା ନିଜ ପେଟ ପାଟଣା ନିମନ୍ତେ ରାସ୍ତା ଉପରକୁ ଚାଲି ଆସନ୍ତି ,ଯାହା ଫଳରେ ରାସ୍ତା ଅବରୋଧ ହୁଏ । ସମସ୍ୟାର ସମାଧାନ ପାଇଁ ଅଧିକ ତାଲିମ ପ୍ରାପ୍ତ ଟ୍ରାଫିକ ପୋଲିସ ନିଯୁକ୍ତି ପାଇଁ ,ଡିଆଇଜି ଙ୍କୁ ଦାବି ପତ୍ର ପ୍ରଦାନ ସହ ଆଲୋଚନା କରାଯାଇଥିଲା । ସହରର ଫାଷ୍ଟ ଗେଟ୍ ଛକ,ଗିରି ରୋଡ ଛକ,ଗାନ୍ଧୀ ନଗର,ଗୋଇଲୁଣ୍ଡି ଛକ,ଷ୍ଟେଟବ୍ୟାଙ୍କ ମୁଖ୍ୟ ଛକ,ଖଲିକୋଟ କଲେଜ ଛକ, ଗୋସାଇଁ ନୂଆଗାଁ,ଗଜପତି ନଗର ଛକ ଇଞ୍ଜିନିୟରିଂ ସ୍କୁଲ ଛକ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ଟ୍ରାଫିକ ଷ୍ଟାଣ୍ଡର ଆବଶ୍ୟକ ବିଷୟରେ ଆଲୋଚନା କରାଗଲା । ଆମ ଆଲୋଚନା ଅନୁଯାୟୀ ଡ଼ିଆଇଜି ବ୍ରହ୍ମପୁର ଏସ୍ପି ଙ୍କ ସହ ଆଲୋଚନା କରି ଯାହା ଆମ ପାଇଁ ସମ୍ଭବ ତାହା ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏହି ଆଲୋଚନାରେ ଶିବପ୍ରସାଦ ମିଶ୍ର,ବିଶ୍ୱ ଦେବ,ସୁଷମା ପଣ୍ଡା,ଶ୍ୟାମସୁନ୍ଦର ଖାଡଙ୍ଗା,ପ୍ରଦୀପ କୁମାର ସାହୁ,ବାସୁଦେବ ସୀହୁକାର, ଲକ୍ଷ୍ମୀ ଚରଣ ପଣ୍ଡା, ବଂଶୀଧର ଭୂୟାଁ,ପ୍ରଣବ ପନଡା,ଏସ୍. ଶାମ୍ବାଶିବ ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com