ଓଡ଼ିଶା

ମାଟ୍ରିକ ପରୀକ୍ଷାରେ ସଫଳତାର ପ୍ରଥମ ଶ୍ରେୟ ଦେଲେ ଓଡ଼ିଶା ସଙ୍ଗଠନକୁ: ବିକାଶ ସାହୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ସାନଉସ୍ତାପଡା ପଞ୍ଚାୟତ କେ ରାଣୀପଡ଼ା ଗ୍ରାମର ବିକାଶ ସାହୁଙ୍କ ବାପାଙ୍କ ଦେହାନ୍ତ ପରେ ଘର ଚଳିବା ବହୁତ କଷ୍ଟ ହୋଇ ପଡ଼ିଲା।

ବିକାଶ ଅର୍ଥ ଅଭାବରୁ ଛୋଟିଆ ଟଲି ରେ ଫାଷ୍ଟଫୁଡ ବିକ୍ରି କରି ବହୁତ୍ କଷ୍ଟରେ ଦୁଇ ଭଉଣୀ କୁ ପଢେଇବା ସହିତ ନିଜେ ପାଠ ପଡୁଥିଲା।ଏହି ଖବର ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ ପାଖରେ ପହଞ୍ଚିବା ପରେ ଆଜିକୁ ପ୍ରାୟ ଦୁଇ ବର୍ଷ ହେବ ସଙ୍ଗଠନ ତରଫରୁ ବିକାଶର ସମ୍ପୂର୍ଣ୍ଣ ପାଠ ପଢା ଦାୟିତ୍ଵ ନିଆ ଯାଇଥିଲା।

ବିକାଶ ଦଶମ ପରୀକ୍ଷାରେ ୫୩୨ ନମ୍ବର୍ (୮୮%) ରଖିଛନ୍ତି।ଏହି ସଫଳତା ର ପ୍ରଥମ ଶ୍ରେୟ ସେ ତାଙ୍କ ଶିକ୍ଷକ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନର ସଦସ୍ୟ ଗୌରହରି ପୋଲାଇ ଏବଂ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ ର ସମସ୍ତ ସଦସ୍ୟ ଙ୍କୁ ଦେଇଛନ୍ତି। ସେ ବର୍ତ୍ତମାନ ସଙ୍ଗଠନର ସମ୍ପୂର୍ଣ୍ଣ ସହଯୋଗ ଏବଂ ଆର୍ଯ୍ୟଭଟ୍ଟ ଅଧ୍ୟକ୍ଷ ସୁଧୀର ରାଉତ ଙ୍କ ସାହାଯ୍ୟ ରେ ବ୍ରହ୍ମପୁର ଆର୍ଯ୍ୟଭଟ ରେ +୨ ବିଜ୍ଞାନ ଓ ମେଡିକାଲ ଶିକ୍ଷା ପାଇଁ କୋଚିଙ୍ଗ ନେଉଛନ୍ତି, ତାଙ୍କ ର ହଷ୍ଟେଲ ର ଚାର୍ଜ ଆମ ଗ୍ରୁପ ସଦସ୍ୟ ଚିନ୍ମୟ ଦଳାଇ ନେଇଛନ୍ତି।

ସେ ବର୍ତ୍ତମାନ ବ୍ରହ୍ମପୁର ଖଲ୍ଲିକୋଟ କଲେଜ୍ ରେ ପଢ଼ିବେ ।ଏହି ଦୁଇ ବର୍ଷର ପଢା ଖର୍ଚ୍ଚ ମଧ୍ୟ ସଙ୍ଗଠନ ବିପଦର ବନ୍ଧୁ ପକ୍ଷରୁ ବହନ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆ ଯାଇଛି।ସେ ଆଗକୁ ମଧ୍ୟ ଏହିଭଳି ସଫଳତା ଦେବ ବୋଲି ଆମର ଦୃଢ ବିଶ୍ବାସ ରହିଛି।ସେ ଆଗକୁ ଜଣେ ଡ଼ାକ୍ତର ହେବ ବୋଲି ଆଶା ରଖିଛି।ଭଗବାନ ବିକାଶର ସମସ୍ତ ଆସା ପୂରଣ କରନ୍ତୁ ଏତିକି ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ ପକ୍ଷରୁ ପ୍ରାର୍ଥନା।

Related Articles

Back to top button
WP Twitter Auto Publish Powered By : XYZScripts.com